ଅର୍ଗସ ବ୍ୟୁରୋ : ଖଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଏବଂ ସାଇଟ ସେଭରସ୍ ଇଣ୍ଟେରନ୍ୟାସନାଲଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ଯୁବରାଜ ବଙ୍ଗଳା ଖଲିକୋଟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରକୁ ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା, ଡା. ପ୍ରସନ୍ନ ସାହୁ ଓ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଦ୍ବୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା । ମୋଟ ୮୯ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୧୯ ଜଣଙ୍କୁ ଚସମା ବଣ୍ଟନ କରାଗଲା, ମୋଟ ୨୧ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ଆଜି ୨୧ ଜଣ ଙ୍କୁ ସମ୍ପୂର୍ଣ୍ଣ ମାଗଣା ଅସ୍ତ୍ରୋପଚାର ପାଇଁ ହସ୍ପିଟାଲକୁ ନିଆଯିବା ସହିତ ମୋଟ ୯ ଜଣ ଙ୍କର ରେଟୈନା ଚେକ ଅପ କରାଯାଇଥିଲ। ।