ପ୍ରତିଦିନ ଜରୁରୀକାଳୀନ ସେବା ୧୦୮ ଓ ୧୦୪କୁ ୬ଶହରୁ ୭ଶହ ଫେକ ଫୋନ କଲ ଆସୁଛି । ସେଥିମଧ୍ୟରୁ ପାଖାପାଖି ୩ଶହ ଫୋନ କଲ ଅଶ୍ଳୀଳ ଭାଷା କହିବା ସହ ଏଣୁତେଣୁ କଥା କହି ସମୟ ନଷ୍ଟ କରିଥାନ୍ତି । ପୂର୍ବରୁ କୋଭିଡ ସମୟ ରେ ମଧ୍ୟ କଲ କଲ ସେଣ୍ଟରରେ କାମ କରୁଥିବା ଡାକ୍ତରଙ୍କୁ ଏଭଳି ହଇରାଣ କରାଯାଇଛି। ଏନେଇ ସହିଦନଗର ଥାନାରେ ଦୁଇ ଦୁଇଥର ଅଭିଯୋଗ କରାଯାଇଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହା ଫଳରେ ଏଭଳି ଫୋନ କଲ ବୃଦ୍ଧି ପାଉଛି।
ରାଜ୍ୟରେ ପ୍ରାୟ ୧୧୨୪ଟି ଆମ୍ବୁଲାନ୍ସ ଓ ୬ଟି ବୋଟ ଆମ୍ବୁଲାନ୍ସକୁ ଏହି କଣ୍ଟ୍ରୋଲ ରୁମରୁ ଅପରେଟ କରାଯାଉଛି । ପ୍ରତିଦିନ ହଜାର ହଜାର ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ହେଲେ ଏଭଳି କିଛି ଫୋନ କଲ ପାଇଁ କର୍ମଚାରୀଙ୍କ ମନୋବଳ ଭାଙ୍ଗି ଯାଉଥିବାରୁ, ଦୁବୃର୍ତ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।