ଶୁଣିଲେ ତ କଲେଜ ଅଧ୍ୟକ୍ଷା କହୁଛନ୍ତି ଏହି ପିଲାମାନେ ଏହି କଲେଜରେ ପାଠ ପଢ଼ିନାହାନ୍ତି। ଏଠି ପ୍ରଶ୍ନ ଆୟୁଷ ମନ୍ତ୍ରାଳୟ 5 ପିଲାଙ୍କ ନାଁ ଦେଇଥିବା ବେଳେ ଏହି ଅତିରିକ୍ତ ଦୁଇ ଜଣଙ୍କ ନାଁ ଆସିଲା କେଉଁଠୁ ? କିଏ ଏବଂ କାହା ଅନୁମତିରେ ଏହି ଦୁଇ ପିଲାଙ୍କ ନାଁ ଯୋଡିଛି ? ଖାଲି ନାଁ ଯୋଡ଼ା ଯାଇନି ଏହି ଦୁଇ ପିଲାଙ୍କୁ କଲେଜରେ ଆଡମିଶନ ବି ଦେଇଛନ୍ତି ଅଧ୍ୟକ୍ଷ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପାଞ୍ଚଜଣ ପିଲାଙ୍କ ଆଡମିଶନ ପାଇଁ ଆୟୁଷ ମନ୍ତ୍ରାଳୟ ଆୟୁଷ ନିର୍ଦ୍ଦେଶକ, ଚେୟାରମ୍ୟାନ, ଯୁଗ୍ମ ନିର୍ଦ୍ଦେଶକ, ପୁରୀ ସମେତ ବଲାଙ୍ଗୀର ଓ ବ୍ରହ୍ମପୁର କଲେଜର ଅଧକ୍ଷମାନଙ୍କୁ ନେଇ ଏକ କମିଟି ଗଢିଥିଲା। ଏଠି ପ୍ରଶ୍ନ ଏହି କମିଟିକୁ ବାଇପାସ୍ କରି କେମିତି ହୋଇଛି ଆଡମିଶନ୍ ? କଥା ବାହାରକୁ ଆସିବା ପରେ ଗୋପବନ୍ଧୁ କଲେଜରେ ପିସି କାରବାରର ପୋଲ୍ ଖୋଲିଛି। ପ୍ରିନ୍ସିପାଲ ପିଲାଙ୍କଠୁ ମୋଟା ଅଙ୍କର ପିସି ନେଇ ଆଡମିଶନ କରାଇଥିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲଜର ଅଧ୍ୟକ୍ଷ।
ପ୍ରଥମେ ବିନା ନିଟ୍ ପରୀକ୍ଷାରେ ପିଲାଙ୍କୁ ଡାକ୍ତରୀ ଆଡମିଶନ୍ ଆଉ ଏବେ ଚିଠିରେ ଫର୍ଜରୀ କରି ଟ୍ରାନ୍ସଫର୍ ବେସିସରେ ବଡ଼ କେଳେଙ୍କାରୀର ପର୍ଦ୍ଦାଫାଶ୍ ହୋଇଛି। ହେଲେ ଏ ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ଉଛିଠି ପ୍ରଶ୍ନ। ଘଟଣାର ତଦନ୍ତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଯୁବ କଂଗ୍ରେସ। ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବଡ଼ କେଳେଙ୍କାରୀର ସନ୍ଦେହ କରି ପୂର୍ବରୁ ରାଜ୍ୟ ସରକାରଙ୍କୁ ଚିଠି କରିଛି ଆୟୁଷ ମନ୍ତ୍ରାଳୟ। ଆଉ ଏ ଦିଗରେ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ଏହି ଦଲାଲିରେ ବଡ଼ ବଡ଼ିଆଙ୍କ ଲିଙ୍କ୍ ଥିବା ନେଇ ସନ୍ଦେହ ତିଆରି କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: