ଇଣ୍ଟେଲିଜେନ୍ସି ବ୍ୟୁରୋ ଅଧିକାରୀଙ୍କ କହିବା ଅନୁଯାୟୀ ଏଚ୍ 10 ହେଉଛି ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ । ତାହାର ନାମରେ ଏଠାରେ ପ୍ରସ୍ତୁତ ହେଉଥିଲା ଡୁପ୍ଲିକେଟ ସାମଗ୍ରୀ । ଯାହାକୁ ନେଇ ଆଇବିରେ ଅଭିଯୋଗ କରିଥିଲେ ଏଚ୍ 10 ମାଲିକ । ଏଣୁ ଏହାର ତଦନ୍ତ କରାଯାଇ ଏହି ଫ୍ୟାକ୍ଟ୍ରିକୁ ସିଜ କରାଯାଇଛି। ଏଥିରୁ ଲକ୍ଷାଧିକ ଟଙ୍କାର ସିଗାରେଟ ଆଉ ଗୁଟଖାକୁ ଜବତ କରିଛି ଇନଫୋ ଭ୍ୟାଲି ଥାନା । ଏହି ବ୍ୟବସାୟ ଚଳାଇଥିଲେ ଗଞ୍ଜାମ ଜିଲ୍ଲାର ରାଜା ରାଓ। ତାଙ୍କୁ ଆକ୍ରୋଶମୂଳକ ଭାବେ ଫସାଯାଉଥିବା ଅଭିଯୋଗ କରିଛନ୍ତି। ତାଙ୍କ ଉପରେ କପି ରାଇଟ ସହ ଭେଜାଲ ସାମଗ୍ରୀର ବ୍ୟବହାର କରୁଥିବା ନେଇ ସୂଚନା ଦେଇଛନ୍ତି ଇଣ୍ଟେଲିଜେନ୍ସି ବ୍ୟୁରୋ ଅଧିକାରୀ।