ଏହି ଅଣ୍ଡାର ଆକୃତି ଅସ୍ୱାଭାବିକ ହୋଇଥିବା ବେଳେ ଏହା ନକଲି ବୋଲି ସନ୍ଦେହ କରାଯାଇଥିଲା। ପରେ ଲୋକମାନେ ଏନେଇ ଅଙ୍ଗନୱାଡ଼ି କର୍ମୀଙ୍କୁ ଜଣାଇବା ସହ ଅଙ୍ଗନବାଡି କେନ୍ଦ୍ରରେ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି।
ପୁଣି ସାମ୍ନାକୁ ଆସିଲା ନକଲି ଅଣ୍ଡା

ବାଲେଶ୍ଵର : ପୁଣି ସାମ୍ନାକୁ ଆସିଲା ନକଲି ଅଣ୍ଡା । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରାଣୀବସାଣ ଅଙ୍ଗନୱାଡି କେନ୍ଦ୍ରରେ ନକଲି ଅଣ୍ଡା ବଣ୍ଟାଯାଉଥିବା ଅଭିଯୋଗ ହୋଇଛି। ଗର୍ଭବତୀ ଓ ପ୍ରସୂତି , ଶୂନରୁ ତିନି ବର୍ଷ ଏବଂ ଅଙ୍ଗନୱାଡିରେ ପଢ଼ୁଥିବା ପିଲାମାନଙ୍କୁ ଅଣ୍ଡା ବଣ୍ଟନ କରାଯାଇଛି।
Download Argus News App
