ସୂଚନା ମତେ ନୂଆପଡ଼ା ଅବକାରୀ ବିଭାଗ ର ଅଧିକାରୀ ମାନେ ଖରୀଆର ରୋଡ ରେଳ ଷ୍ଟେସନ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ଯୁବକ ସନ୍ଦେହ ଭାବରେ ଥିଲା । ସେହି ସମୟରେ ଅବକାରୀ ବିଭାଗ କର୍ମଚାରୀ ମାନେ ତାଙ୍କୁ ପଚରାଉଚୁରା କରିବାରୁ ସେ ନକଲି ମଦ ଯୋଗାଇ ଦେବାକୁ ଆସିଥିବା ସ୍ବୀକାର କରିଥିଲା ।
ପରେ ଏକ ଟିମ୍ ଗଠନ କରି ସମ୍ବଲପୁର ସହର ର ମୁଦିପଡ଼ା ସ୍ଥିତ ଭଡା ଘରୁ ବିପୁଳ ମାତ୍ରାରେ ମଦ ସହ ନକଲି ମଦ ପାଇଁ ତିଆରି ହେଉଥିବା ବିଭିନ୍ନ କମ୍ପାନୀ ର 51327 ଗୋଟି ଠିପି,10333 ଗୋଟି ଲେବଲ୍ , 22780 ଗୋଟି ଷ୍ଟିକର ଏବଂ 15 ଲିଟର ଅପମିଶ୍ରିତ ମଦକୁ ଜବତ କରିଛି ଅବକାରୀ ବିଭାଗ । ତେବେ ଏହି ରାକେଟ ରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଅନ୍ୟପଟେ ଗିରଫ ଅଭିଯୁକ୍ତ ନାଁ ରେ ବଲାଙ୍ଗୀର , କଳାହାଣ୍ଡି, ସମ୍ବଲପୁର ,ବରଗଡ଼, ରାୟଗଡ଼ା ଭଳି ବିଭିନ୍ନ ଜିଲ୍ଲାରେ ମାମଲା ରୁଜୁ କରିଛି ଅବକାରୀ ବିଭାଗ ।
ଓଡିଶା ଖବର ଆହୁରି ପଢନ୍ତୁ