ରାଉରକେଲା ମଧୂସୁଦନ ପାଲିରେ ଥିବା ଓମ ସାଇ ରାମ ଫାକ୍ଟ୍ରିକୁ ଆଜି ସକାଳେ ମାଜିଷ୍ଟ୍ରେଟ ଓ ଆରଏମସି ଫୁଡ ସେଫଟି ଅଫିସର ଅତର୍କିତ ଚଢାଉ କରି ନକଲି ସସ ତିଆରି ସମୟରେ ବ୍ୟବହାର ହେଉଥିବା କେମିକାଲ କଲର ଓ କଖାରୁ ଜବତ କରାଯାଇଥିଲା । ଚାଉମିନକୁ କିପରି ଅପରିଷ୍କାର ଜାଗାରେ ଶୁଖା ଯାଇଥିବାରୁ ତାକୁ ଭି ଜବତ କରା ଯାଇଥିଲା । ଗତ 4 ବର୍ଷ ଧରି ବିନା ଲାଇସେନ୍ସ ରେ ଚଳାହେଉଥିଲା ଫାକ୍ଟ୍ରି। ଯାହାକୁ ଆଜି ଆରଏମସି ପକ୍ଷରୁ ସିଲ କରାଯାଇଛି ।
ନକଲି ସସ ଫାକ୍ଟ୍ରିକୁ କରାଗଲା ସିଲ

ଅର୍ଗସ ବ୍ୟୁରୋ: ଆପଣ ଫାଷ୍ଟ ଫୁଡ଼ ଷ୍ଟଲରେ ଖାଉଛନ୍ତି କି ସୁଆଦିଆ ଖାଇବା । ତେବେ ହୋଇ ଯାଆନ୍ତୁ ସାବଧାନ। କାହିଁକି ନା ଖାଇବାରେ ବ୍ୟବହାର ହେଉଛି ନକଲି ସସ ନକଲି। ଆଉ ଚାଉମିନ କୁ କିପରି ତିଆରି କରି ଶୁଖାଯାଇଛି ଟିକେ ନଜର ପକାନ୍ତୁ। ଆଜିକାଲି ଲୋକେ ଷ୍ଟ୍ରିଟ ଫୁଡ ଉପରେ ବେଶୀ ନିର୍ଭର କରୁଛନ୍ତି। କିନ୍ତୁ ଟିକେ ବି ଭାବୁ ନାହାନ୍ତି ଏହାକୁ କିପରି କରାଯାଉଛି। ଏଥିରେ ଲୋକ ବିଭିନ୍ନ ପ୍ରକାର କେମିକାଲ କଲରର ପ୍ରୟୋଗ କରି କରୁଛନ୍ତି। ଯାହା ଶରୀର ପାଇଁ ଅତ୍ୟନ୍ତ ହାନିକାରକ। ସେଥିପାଇଁ ପ୍ରଶାସନ ପକ୍ଷରୁ ନିୟମିତ ଭାବେ ଯାଞ୍ଚ କରିବା ଦରକାର।
Download Argus News App
