3 ତାରିଖରେ ହୋଲସେଲର କମ୍ପାନୀକୁ ଏହି ଟେଣ୍ଡର ମିଳିଥିଲା । ତେବେ 4 ତାରିଖ ଦିନ ସକାଳ 10 ଟା ମଧ୍ୟରେ ଲୋଗୋ ସହ ସମସ୍ତ ସାର୍ଟ ଦେବାକୁ କମ୍ପାନୀକୁ କୁହାଯାଇଥିଲା । ତେବେ ସେହିଦିନ ରାତି 12 ଟାରେ ଇମେଲ ଜରିଆରେ ଲୋଗୋ ପଠାଯାଇଥିବା ବେଳେ ସକାଳ 10 ଟା ଭିତରେ କିପରି ପ୍ରିଣ୍ଟ କରାଯିବ ବୋଲି ପ୍ରଶ୍ନ କରିଛି କମ୍ପାନୀ । ସେପଟେ ଆଉ କିଛି ସମୟ ଦେବା ପାଇଁ କମ୍ପାନୀ ତରଫରୁ ଅପିଲ କରାଯାଇଥିବା ବେଳେ ସଠିକ ସମୟ ଭିତରେ ଟି ସାର୍ଟ ଦେଇ ନ ପାରିବା ଯୋଗୁଁ ଟେଣ୍ଡର କ୍ୟାନସେଲ କରାଯାଇଥିବା କମ୍ପାନୀ ଅଭିଯୋଗ କରିଛି । ତେବେ ଜାଣି ଶୁଣି ଚିହ୍ନା ପରିଚୟ କମ୍ପାନୀକୁ କାମ ଦିଆଯାଉଛି ଏବଂ ଟେଣ୍ଡର କେବଳ ନାମକୁ ମାତ୍ର ହେଉଛି ବୋଲି ହୋଲସେଲ କମ୍ପାନୀ କହିଛି । ଦେଖନ୍ତୁ ପୁରା ରିପୋର୍ଟ..