ଯେଉଁଥିରେ କାକୁଡି , ଆଳୁ, ଲଙ୍କା , କୋବି , କଲରା , ଗାଜର, ଶାଗ , କଦଳୀ, ଟମାଟୋ, କୁନ୍ଦୁରି ଭେଣ୍ଡି ଏମିତି କି ଧନିଆ ପତ୍ରରେ ବି ପକୁଡ଼ି ଛାଣି ସେ ଲୋକଙ୍କୁ ଦେଇଥାନ୍ତି। ଆପଣ ଯେଉଁ ପରିବା ଖୋଜିବେ ଠିକ୍ ସେହି ପରିବାରେ ସୁସ୍ବାଦୁ ପକୁଡ଼ି ଛାଣି ଗ୍ରାହକ ମାନଙ୍କୁ ତିଆରି କରି ଦିଅନ୍ତି ଫକିର ଭାଇ ।
ଫକିର ସକାଳେ 5 ଟା 30 ରୁ ଦୋକାନ ଖୋଲି ଦିନ 11 ଟା 30 ପର୍ଯ୍ୟନ୍ତ ଦୋକାନ ଖୋଲି ବେପାର କରୁଛନ୍ତି। ଆଉ ଫକିରଙ୍କ ଭାଇ ମଧ୍ୟ ତାଙ୍କ ସହିତ ସହଯୋଗ କରନ୍ତି । ଆଜି ସେ ବାଲିଆପାଳ ଅଞ୍ଚଳରେ ପକୁଡ଼ି ଭାଇ ନାମରେ ବେଶ ଲୋକ ପ୍ରିୟ ହେଇ ପାରିଛନ୍ତି । ଫକିର ଏହି ମାର୍କେଟରେ ପାଖାପାଖି ଦଶବର୍ଷରୁ ଉର୍ଦ୍ଧ୍ବ ହେବ ଲୋକଙ୍କୁ ଗରମା ଗରମ୍ ପକୁଡ଼ି ପ୍ରସ୍ତୁତି କରି ଖାଇବାକୁ ଦେଇଥାନ୍ତି। ଫକିର ଭାଇଙ୍କ ପକୁଡ଼ି ଯିଏ ଥରେ ଖାଇଛି ସେ କେବେ ଭୁଲି ପାରିନାହିଁ ବରଂ ଆଉ ଥରେ ଖାଇବାକୁ ସେଠାକୁ ଆସିଛି । ଫକିର ଭାଇଙ୍କ ଭଲ ବ୍ୟବହାର ସାଙ୍ଗକୁ ନୂଆ ଅନ୍ଦାଜର ପକୁଡ଼ି ପ୍ରସ୍ତୁତି କରି ବେଶ ନାଁ କରିଛନ୍ତି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ