ତେବେ ଏହି ଔଷଧ ୨ ବର୍ଷ ବୟସରୁ କମ ପିଲା ଓ ଗର୍ଭବତୀ ମହିଳାଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏଥିପାଇଁ ୨୫୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ପ୍ରତିଟି ୱାର୍ଡରେ କର୍ପୋରେଟରଙ୍କ ସହଯୋଗ ନେଇ ସେମାନେ ଏହି କାର୍ଯ୍ୟ କରିବେ । ସହରର ୮୫ ପ୍ରତିଶତ ଲୋକେ କେମିତି ଏହି ଔଷଧ ସେବନ କରିବେ ସେନେଇ ଲକ୍ଷ୍ୟ ରଖାଯାଇଛି ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ, କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଉଦ୍ୟମରେ ଏହି ଅଭିଯାନ କରାଯାଇଛି । ଏହି ଅଭିଯାନ ଫେବୃଆରୀ ୧୦ ରୁ ଆରମ୍ଭ ହୋଇ ୧୯ରେ ଶେଷ ହେବ ବୋଲି କହିଛନ୍ତି ରାଜ୍ୟ ଏଣ୍ଟୋମୋଲୋଜିଷ୍ଟ୍ । ଏଥିରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସଦସ୍ୟ ଡାକ୍ତର ସମ୍ବିତ ପ୍ରଧାନ, ପିସିଆଇ ପ୍ରକଳ୍ପ ମ୍ୟାନେଜର ସୋମନାଥ ବାନର୍ଜି ଉପସ୍ଥିତ ଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।