ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଦୁଷ୍ଟ ହନୁମାଙ୍କଡ କୁ କାବୁ କରାଯିବ ବୋଲି ଟାଙ୍ଗୀ ବନ ବିଭାଗର ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ କିଛିମାସ ପୂର୍ବରୁ ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅନ୍ତର୍ଗତ ଟାଙ୍କୋଳ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଥିଲା। ବନ ବିଭାଗ ପକ୍ଷରୁ ଯୋଗାଯୋଗ ପରେ ନନ୍ଦନକାନନ ରୁ ଏକ ଟିମ୍ ଆସି ପାଗଳ ମାଙ୍କଡ଼କୁ କାବୁ କରିଥିଲେ । ଏହି ଘଟଣା ପୂନର୍ବାର ଟାଙ୍ଗୀ ଅଞ୍ଚଳରେ ଦେଖିବାକୁ ମିଳିଛି। ପାଗଳ ମାଙ୍କଡକୁ ନେଇ ଭୟବିତ ଟାଙ୍ଗୀ ଗ୍ରାମବାସୀ। ଗୁରୁତର ଆହତ ମାନଙ୍କ ମଧ୍ୟରେ ଟାଙ୍ଗୀ ଗ୍ରାମର ରଙ୍କନାଥ ସେଠୀ , ଭାଗି ସାହୁ , ଅଞ୍ଜଳି ବେହେରା ପ୍ରମୁଖ ଅଛନ୍ତି।
ଟାଙ୍ଗୀ ଅଞ୍ଚଳରେ ହନୁମାଙ୍କଡ ର ଉତ୍ପାତ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ରେ ଉଦଣ୍ଡ ହନୁ ମାଙ୍କଡର ଉତ୍ପାତ। ଯାହାକୁ ଦେଖିଲା ଗୋଡେଇ-ଗୋଡେଇ କାମୁଡିଲା। କ୍ଷତ-ବିକ୍ଷତ କରି ପକାଉଛି। ଦୁଷ୍ଟ ହନୁମାଙ୍କଡ ର ଉତ୍ପାତ ଯୋଗୁଁ ଲୋକେ ଭୟଭୀତ। ଗତକାଲି ଠାରୁ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ରମ୍ପା-ରମ୍ପି , କାମୁଡା-କାମୁଡି କରି ସାରିଲାଣି। ଟାଙ୍ଗୀ ମେଡିକାଲରେ ଉତ୍ତମ ଚିକିତ୍ସା ଅଭାବରୁ ଲୋକମାନେ ଖୋର୍ଦ୍ଧା-ଭୁବନେଶ୍ୱର ମେଡିକାଲ ରେ ଚିକିତ୍ସା ହେଉଛନ୍ତି। ଟାଙ୍ଗୀ ହନୁମାଙ୍କଡ ଟି ଗୋଠ-ଫିଟା ହୋଇଛି ଏବଂ ବିଷାକ୍ତ ଖାଦ୍ୟ ଯୋଗୁଁ ମାଙ୍କଡ଼ର ପାଗଳାମୀ ବାହାରି ଥିବା ବନ ବିଭାଗ କହିଛି।
Download Argus News App
