ମାଲକାନଗିରି: ମେଡିକାଲରେ ହାଇଭୋଲ୍ଟେଜ ଡ୍ରାମା । ଗର୍ଭବତୀ କହି ସ୍ୱାମୀଙ୍କୁ ମିଛ କହି ଆସୁଥିଲା ସ୍ତ୍ରୀ । ଗର୍ଭବତୀ କାର୍ଡ କରି ପାଉଥିଲେ ସରକାରୀ ସୁବିଧା । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ବିରେନପାଲିରେ । କୌଶଲ୍ୟା ଭୂୟାଁ ନାମକ ମହିଳା ଗର୍ଭବତୀ ଥିବା ମିଛ ବାହାନା କରି ପ୍ରତିମାସରେ ଏଏନଏମଙ୍କ ପାଖକୁ ଯାଉଥିଲେ । ଏପରିକି ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ । ସ୍ୱାମୀଙ୍କୁ ଗର୍ଭବତୀ ଥିବା କହି ନାଟକ କରୁଥିଲେ ପତ୍ନୀ । ଏପରିକି ହସପିଟାଲରେ ଛୁଆ ଚୋରି ହୋଇଥିବା ଅଭିଯୋଗ ବି କରିଥିଲେ । ହେଲେ ଏ ସବୁ ଥିଲା ମିଛ । ଶେଷରେ ଧରା ପଡିଗଲା ମହିଳାଙ୍କ ଡ୍ରାମା ।
ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯିବାବେଳେ ଚେକ୍ ଅପ୍ ସମୟରେ ସେ ଗର୍ଭବତୀ ନଥିବା ଜଣାପଡିଥିଲା । ହେଲେ ଏତିକିରେ ନାଟକ ସରିନଥିଲା । ତାଙ୍କ ଛୁଆକୁ ଗାଏବ୍ ହୋଇଥିବା ଅଭିଯୋଗ କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଆଗରେ ସତ ମାନି ଯାଇଥିଲେ ମହିଳା । ସିଡିଏମଓ କହିଛନ୍ତି, ୨୦୧୭ରୁ ସଂପୃକ୍ତ ମହିଳାଙ୍କ ଫ୍ୟାମିଲି ପ୍ଲାନିଂ ଅପରେସନ ହୋଇସାରିଛି । ତେବେ ପୁରା ଘଟଣାରେ ଏଏନଏମଙ୍କ ସଂପୃକ୍ତି ସାମ୍ନାକୁ ଆସୁଥିବାରୁ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଡିଏମଓ କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...