ଭୁବନେଶ୍ୱର: ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହସ୍ତଗଣ୍ଠିର ଶକ୍ତି ଢେର ଅଧିକ । ମିଛ ଯେତେ ଶକ୍ତିଶାଳୀ ହୋଇଥାଉ ଦିନେ ନା ଦିନେ ତାର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ। ମୁଁ ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା। ଦୀର୍ଘ ତିନି ବର୍ଷର ଲଢ଼େଇ, ମାନସିକ ଯନ୍ତ୍ରଣା। ଶେଷରେ ବିଜୟ। ସୋସିଆଲ ମିଡିଆରେ ଏ ପ୍ରତିକ୍ରିୟା କହିଦେଉଛି ବର୍ଷାଙ୍କ ଧର୍ଯ୍ୟକୁ। ସ୍ୱାମୀ ଅନୁଭବ ଚାହୁଁଥିଲେ ଛାଡପତ୍ର । କିନ୍ତୁ ସ୍ତ୍ରୀ ଚାହୁଁନଥିଲେ ଛାଡପତ୍ର। ଏଥିପାଇଁ ଲଢିଚାଲିଥିଲେ ଏକାକି । ଏ କୋର୍ଟ ରୁ ସେ କୋର୍ଟକୁ ଦୌଡିଥିଲେ। ଅନେକ ଲୋକଙ୍କର ଟାହିଟାପରା, ନକାରାତ୍ମକ ମତ ଓ ମନ୍ତବ୍ୟ, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ । ଏ ସବୁକୁ ସହି ଏହି ନାୟିକ ଲଢେଇରେ ଗୋଟିଏ ଗୋଟିଏ ପାହାଚ ଅତିକ୍ରମ କରିଥିଲେ ବର୍ଷା। ଏପଟେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବର୍ଷାଙ୍କୁ ବହୁଥର ଟାର୍ଗେଟ କରିଛନ୍ତି। ବର୍ଷାଙ୍କ ବିରୋଧରେ ମିଛ ପ୍ରଚାର କରିବା ସହ ତାଙ୍କୁ ଅପମାନିତ ମଧ୍ୟ କରିଛନ୍ତି। ତିନିବର୍ଷ ନ୍ୟାୟିକ ଲଢେଇରେ ବର୍ଷାଙ୍କ ସପକ୍ଷରେରେ ରାୟ ପ୍ରକାଶ କରିଛନ୍ତି ଫ୍ୟାମିଲି କୋର୍ଟ। ଯାହାକୁ ନେଇ ବର୍ଷା କହିଛନ୍ତି ।
ସତ୍ୟ ଉପରେ ବିଶ୍ବାସ, ଧୈର୍ଯ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି। ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ବି ନଜାଣି ଅନ୍ୟମାନଙ୍କର ନକାରାତ୍ମକ ମନ୍ତବ୍ୟ ଦେବା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା। ଅନ୍ୟପଟେ ଅନୁଭବ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି ନିଶ୍ଚିତ ଭାବେ ନ୍ୟାୟର ବିଜୟ ହେବ। ନ୍ୟାୟପାଳିକା ସମସ୍ତଙ୍କଠାରୁ ଉପରେ। ତେବେ ଗତକାଲି କଟକ ପରିବାର ଅଦାଲତ ଅନୁଭବଙ୍କ ଡିଭୋର୍ସ ପିଟିସନକୁ ଖାରଜ କରିଥିଲେ। ଡିଭୋର୍ସ ଦେଇ ପାରିବେନି କି ଏଖାଟି ରହିପାରିବେନି ଏପରି ଏକ ରାୟ ଦେଇଛନ୍ତି କୋର୍ଟ। କୋର୍ଟଙ୍କ ଏହି ନିଷ୍ପତ୍ତିରେ ବେଶ୍ ଖୁସିଥିବା ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ସ୍ପଷ୍ଟ ବାରି ହୋଇପଡୁଛି। ଏବେ ଦେଖିବାକୁ ବାକି ରହିଲା ସବୁ ରାଗ ରୁସା ଭୁଲି ଦୁହେଁ ହାତ ଧରି ଆଗକୁ ଚାଲିବେ ନା ଉଭୟ ଉଭୟଙ୍କ ଜିଦିରେ ଅଟଳ ରହିବେ। ତେବେ କି ମୋଡ ନେବ ବର୍ଷା ଅନୁଭବ ବିବାଦ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର