ଏପଟେ ଶିଳ୍ପ ସମୃଦ୍ଧ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବଢୁଛି ଦାଦନ ଦୁଃଖ । ଜିଲ୍ଲାରେ ମାଳମାଳ ଶିଳ୍ପାନୁଷ୍ଠାନ ଥିବାବେଳେ ହଜାର ହଜାର ଯୁବକ ଦାଦନ ଖଟିବା ପାଇ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଅଢେଇ ଦଶନ୍ଦି ପୂର୍ବରୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଜାରି ରହିଥିଲେ ବି ସରକାରଙ୍କ ବେକାରୀ ଦୂରୀକରଣ ଯୋଜନା ଫେଲ୍ ମାରିଛି । ଜିଲ୍ଲାରେ କରୋନା କାଳର 3 ବର୍ଷ ପରେ ବି ଦାଦନ ସଂଖ୍ୟା କମିବା ପରିବର୍ତ୍ତେ ବଢିଚାଲିଛି । ଗତବର୍ଷ ଜୁଲାଇ ମାସରେ ବିଧାନସଭାରେ 14ଟି ଦାଦନ ପ୍ରବଣ ଜିଲ୍ଲା ତାଲିକା ପ୍ରକାଶ କରିଥିଲେ ସରକାର । କିନ୍ତୁ ସରକାରଙ୍କ ଏହି ତାଲିକାରେ ସମ୍ବଲପୁର ଜିଲ୍ଲା ନଥିବାରୁ ଉଦବେଗ ପ୍ରକଶ କରିଛନ୍ତି ଜିଲ୍ଲାବାସୀ । ୨୦୨୦ରେ ଜିଲ୍ଲାରେ ରାଜ୍ୟ ବାହାରେ ଖଟୁଥିଵା ଦାଦାନ ଶ୍ରମିକଙ୍କ ସଂଖ୍ୟା ୧୧,୨୫୭ ପଞ୍ଜିକୃତ ହୋଇଥିଲା । ଏବେ ଏହି ସଂଖ୍ୟା ୧୪ ହଜାରରେ ପହଞ୍ଚିଛି । ୨୦୧୯ରେ ସମ୍ବଲପୁର ଜିଲ୍ଲାରୁ ୧୫୯ଟି ଲାଇସେନ୍ସପ୍ରାପ୍ତ ସଂସ୍ଥା ଦ୍ଵାରା ମୋଟ ୯୫୪୪ ଜଣ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିଲେ । ୨୦୨୦ରେ ସଂଖ୍ୟା ବଢି ୧୧୨୫୬ ପହଞ୍ଚିଥିଲା । ୨୦୨୧ରେ ୧୩୦୩୬, ୨୦୨୨ ମେ ସୁଦ୍ଧା ଦାଦନ ସଂଖ୍ୟା ୧୩୩୪୯ରେ ପହଞ୍ଚିଥିଲା । ସରକାରୀ ତଥ୍ୟ ଅନୁସାରେ ଚଳିତବର୍ଷ ଦାଦନ ସଂଖ୍ୟା ୧୩,୮୨୦ ଅତିକ୍ରମ କରିସାରିଛି ।
କରୋନା ସମୟରେ ରାଜ୍ୟକୁ ପ୍ରାୟ 7 ଲକ୍ଷ ଶ୍ରମିକ ଫେରିଥିଲେ । ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବାକୁ ସରକାର ନେଇଥିଲେ ଅନେକ ପଦକ୍ଷେପ । କିନ୍ତୁ ଗରିବଙ୍କୁ ମିଳିନଥିଲା ଯୋଜନାର ସୁଫଳ । ଗଞ୍ଜାମ ଓ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ବିଦେଶୀ କମ୍ପାନୀକୁ ଜଳ, ଜମି, ଜଙ୍ଗଲ ଯୋଗାଇ ଦେଉଥିଲେ ବି ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦେଉନଥିବାରୁ ଦାଦନ ସମସ୍ୟା ବଢୁଥିବା ଅଭିଯୋଗ ବଢୁଛି । ଯାହା ରାଜ୍ୟରେ 23 ବର୍ଷ ସ୍ଥିର ସରକାରର ପୁରୁଷାର୍ଥ ଉପରେ ପ୍ରଶ୍ନ ଉଠାଉଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: