ଗୋଟାଏ ପଟେ ଝିଅ ମନ୍ଦିରରେ ପ୍ରେମ ବିବାହ କରି ତାର ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ପରିଚୟ ଦେଉଥିବାବେଳେ ଅନ୍ୟପଟେ ଦୁଇ ଶହ ମିଟର ଦୂରରେ ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଜିଦ୍ ରେ ନିଜ ପ୍ରେମ ପାଇଁ ଝିଅ ଘର ପରିବାର ବାପ ମା ଛାଡି ଦୀର୍ଘ ବର୍ଷର ସମ୍ପର୍କକୁ ପାଦରେ ଆଡେଇ ଦେଇ ନିଜ ପ୍ରେମିକର ହାତ ଧରି ମଥାରେ ସିନ୍ଦୁର ଓ ହାତରେ ସଙ୍ଖା ପିନ୍ଧୁଥିବାବେଳେ ସେପଟେ ନିଜ ପରିବାର ଝିଅକୁ ଜିଅନ୍ତା ଶୁଦ୍ଧି ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।
ଆଳି ସଦର ଅଞ୍ଚଳର ବାସ୍ତବ ମଳିକଙ୍କ ଝିଅ ସେହି ଅଞ୍ଚଳରେ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ । କିନ୍ତୁ ଝିଅ ପରିବାର ଏହି ପ୍ରେମକୁ ସ୍ୱିକୃତି ଦେଉନଥିଲେ । ଶେଷରେ ଝିଅ ଦୀର୍ଘ ଦିନର ସମ୍ପର୍କକୁ ପାଦରେ ଆଡେଇ ଦେଇ କେଇ ଦିନର ପ୍ରେମକୁ ଆପଣେଇ ନେଇଛି ।
ଯାହାକୁ ବିରୋଧ କରି ଝିଅର ପରିବାର ଲୋକେ ଆଳି ବଜାର ଉପରେ ଝିଅର ଫଟୋ ରଖି ସେଥିରେ ଫୁଲମାଳ ଟାଙ୍ଗୀ ବିଚ୍ ବଜାର ଉପରେ ସପରିବାର ଶୁଦ୍ଧି ହୋଇଛନ୍ତି । ଏପରି ଘଟଣା ସମାଜ ପାଇଁ କେତେ ଗ୍ରହଣୀୟ ଓ କେତେ ଗ୍ରହଣୀୟ ନୁହେଁ ତାହା ଆମକୁ କମେଣ୍ଟ ବକ୍ସରେ ଜଣାଇବେ ।
ଆହୁରି ପଢନ୍ତୁ ଓଡିଶା ଖବର...