ଏହି ମେଲଣ ରାତିଯାକ ଚାଲିବାପରେ ପୂର୍ବଦିନ ମା ଖୁଦୁରୁକୁଣୀ ଦେବୀଙ୍କ ବିସର୍ଜନ ହୋଇଥାଏ। ସବୁ ମେଢ ପ୍ରସେଶନ କରି ଖଇରା କେନାଲ ନିକଟରେ ରାତି ୧୦ଟାରେ ବିସର୍ଜନ ହୋଇଥାନ୍ତି। ମେଲଣ ପଡ଼ିଆ ଦୋକାନ ବଜାରରେ ଭରପୁର ହୋଇଉଠିଥାଏ। ଭଳିକିଭଳି ବାଜା ବାଣରେ ରୋଷଣୀରେ ମେଲଣପଡିଆ କମ୍ପିଉଠିଥାଏ। ମେଲଣ ଦେଖିବାପାଇଁ ଆଖପାଖ ଅଞ୍ଚଳର ଲୋକମାନେ ଭିଡ଼ ଜମାଇଥାନ୍ତି ମେଲଣ ଦେଖିବାକୁ।
ଏହି ଖୁଦୁରୁକୁଣୀ ମେଲଣ ଏ ଅଞ୍ଚଳର ଭାଇଚାରାର ପର୍ବକୁ ବଖାଣିଥାଏ। ଏହି ମେଲଣରେ ମୁସଲମାନ ଭାଇ ମାନଙ୍କ ପୂର୍ଣ୍ଣ ସହଯୋଗରେ ଆଜକୁ ୧୦୦ବର୍ଷରୁ ଅଧିକ ହେବ ଏଇଭଳି ଭାବେ ଭାଇଚାରା ଦିଗଦର୍ଶନ ଦେଇଆସୁଛି। ମେଲଣଟି ଏହି ଅଞ୍ଚଳରେ ମୁସଲମାନ ଓ ହିନ୍ଦୁଭାଇମାନଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ସୃଷ୍ଟି କରିଥାଏ। ମା ଖୁଦୁରୁକୁଣୀଙ୍କ ଭସାଣୀକୁ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ସମସ୍ତପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର