
ପୁରୀ: ବାତ୍ୟା ଫନିକୁ 6 ମାସ ବିତିଯାଇଥିଲେ ବି ଏବେବି ବାତ୍ୟା ବିପନ୍ନଙ୍କୁ ମିଳିନି ସହାୟତା । ଫନି ସହାୟତାରେ ବ୍ୟାପକ ଅନିୟମିତତା ନେଇ ତାତିଲେ ମହିଳା। ଜନପ୍ରତିନିଧିଙ୍କ ଘରକୁ ୩ଘଣ୍ଟା ଘେରାଉ। ଫନିବାତ୍ୟାର ସହାୟତା ପ୍ରଦାନରେ ପାତରଅନ୍ତରକୁ କେନ୍ଦ୍ରକରି କଣାସ ବ୍ଲକ କାଦୁଆ ପଞ୍ଚାୟତରେ ଦେଖାଦେଇଛି ଅସୋନ୍ତଷ। ସଠିକ୍ ସହାୟତା ଦାବିରେ ସାହସପୁର, କଉଡିଖୁଣି ଓ ସାନଓରା ଗାଁର ମହିଳାମାନେ ଉତ୍ୟକ୍ତ ହୋଇ ୩ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ନୀଳମଣୀ ବେହେରା, ସରପଞ୍ଚ ସସ୍ମିତା ପ୍ରଧାନ ଓ ସମିତି ସଭ୍ୟ ଦୀପ୍ତି ଦିଗରାଜ ବରାଳଙ୍କ ସହ ପରିବାରକୁ ସେମାନଙ୍କ ବାସଭବନ ୩ଘଣ୍ଟା ଧରି ଘରାଉ କରିରଖିଥିଲେ।
ନେତାମାନେ ବିପନ୍ନଙ୍କ ଠାରୁ ସହାୟତା ତାଲିକାଭୁକ୍ତ କରିବାକୁ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦାବି କରୁଥିବା ଅଭିଯୋଗରେ ରବିବାର ବିଳମ୍ବିତ ରାତିରେ ଉତେଜନା ପ୍ରକାଶ ପାଈଥିଲା । ଏପରିକି ଉକ୍ତ ଜନପ୍ରତିନିଧିମାନେ ନିଜ ପରିବାର ଲୋକଙ୍କ ନାମରେ ଏକାଧିକ ସହାୟତା ଉଠାଇଥିବା ଅଭିଯୋଗ ହୋଇଛି । ଫଳରେ ଯୋଗ୍ୟ ହିତାଧୀକାରିମାନେ ସହାୟତାରୁ ବଞ୍ଚିତ ହେଉଛନ୍ତି ।
