ଖଡ଼ିଆ ସମ୍ପ୍ରଦାୟର ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବରେ ଖଡ଼ିଆ ମାଂକଡ଼ିଆ ଉନ୍ନୟନ ସସ୍ଥା କାମ କରୁଛି । ନା ଉନ୍ନୟନ ସଂସ୍ଥା ମାଧ୍ୟମରେ ଏମାନଙ୍କ ଉନ୍ନତି ହୋଇପାରିଛି ନା ବିକାଶ। ଜଙ୍ଗଲଜାତ ଦ୍ରବ୍ୟ,ଶୁଖିଲା ଜାଳେଳି କାଠ ଓ ଶାଳ କେନ୍ଦୁ ପତ୍ର ବିକ୍ରି କରି ଚଳନ୍ତି ଏମାନେ । ୩୦୦ରୁ ଉର୍ଦ୍ଧ୍ବ ପରିବାରର ଶୋଷ ମେଣ୍ଟାଇଥାଏ ଏହି ଭାଙ୍ଗା ଦଦରା କୂଅ । ଏହି କୂଅରୁ ପାଣି ପିଇ ବିଭିନ୍ନ ରୋଗରେ ପଡନ୍ତି ଗ୍ରାମବାସୀ । ଗୋଟିଏ କୂଅରୁ ପାଣି ପାଇଁ ନିତି ସକାଳ ପ୍ରତିଯୋଗୀତା ।
ସରକାର ମାଳ ମାଳ ଯୋଜନା ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏମାନଙ୍କ ଉନ୍ନତି ପାଇଁ,ଏମାନଙ୍କ ରହଣି ଚଳଣିର ଚିତ୍ର ବୟାନ କରୁଛି ଏମାନେ କେତେ ଉନ୍ନତ । ଏମାନଙ୍କ ନିକଟରେ ସରକାରୀ ଯୋଜନା କେବେ ପହଂଚୁଛି ତାହା ଦେଖିବାକୁ ବାକି ରହିଲା ?