Headlines 11Am
ବ୍ରହ୍ମପୁର: ରାଜ୍ୟରେ ଥମୁନି ଚାଷୀ ଆନ୍ଦୋଳନ । ଗଂଜାମ ଜିଲ୍ଲା ବଡ଼ମାଧପୁରରେ ଜୋରଦାର ଚାଷୀ ଆନ୍ଦୋଳନ । ରାସ୍ତାରେ ଧାନ ରଖି ଜୋରଦାର ପ୍ରତିବାଦ କରିଛନ୍ତି ଚାଷୀ । ସରକାର ଧାନ ନ କିଣିବାକୁ ନେଇ ରାଜ୍ୟବ୍ୟାପୀ ଚାଷୀ ଅସନ୍ତୋଷ ଦିନକୁ ଦିନ ବେଶ ସଙ୍ଗୀନ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଏହି ପ୍ରତିବାଦ ଦେଖିବାକୁ ମିଳିଛି । ଆନ୍ଦୋଳନ କାରଣରୁ ଛତ୍ରପୁରରୁ ତରାତାରିଣୀ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଦିନକୁ ଦିନ ରାଜ୍ୟରେ ଚାଷୀ ସମସ୍ୟା ଏକ ବଡ଼ ସମସ୍ୟା ହୋଇ ଛିଡା ହୋଇଛି । କିନ୍ତୁ ଏଦିଗରେ କୌଣସି ସମାଧାନର ସୂତ୍ର ବାହାର କରୁନାହାନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି ଏବଂ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି ।