ଗୋଟିଏ ପଟେ ଚଳିତ ବର୍ଷ ଟାର୍ଗେଟ କୁ ନେଇ ଚାଷୀ ମାନେ ଦ୍ଵନ୍ଦ ରେ ରହୁଥିବା ବେଳେ ଜିଲ୍ଲାର ପଞ୍ଜିକୃତ ୩୧ ପ୍ରତିଶତ ଚାଷୀ ଆଶା ଓ ଆଶଙ୍କା ରେ । ଅନ୍ୟପଟେ ଜିଲ୍ଲାରେ ଅଦିନିଆ ବର୍ଷା ପାଇଁ ବିଭିନ୍ନ ମଣ୍ଡି ରେ ହଜାର ହଜାର ଧାନ ବସ୍ତା ପଡିରହିଥିବା ବେଳେ ଛତିଶଗଡ଼ ସୀମାନ୍ତ ରେମତା, ଚାରପାଲି ଓ କନକତୋରା ପ୍ୟାକ୍ସ ଅନ୍ତର୍ଗତ ଚାଷୀ ମାନେ ଆଜି ଝାରସୁଗୁଡା ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଛନ୍ତି ।
ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ ଝାରସୁଗୁଡା ଜିଲ୍ଲାର ଚାଷୀ

ଝାରସୁଗୁଡା: ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ ଝାରସୁଗୁଡା ଜିଲ୍ଲାର ଚାଷୀ । ଛତିଶଗଡ ସୀମାନ୍ତ କନକପୁରାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ଗତ ୨୫ ନଭେମ୍ବର ରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ୟାକ୍ସ ରେ ସମସ୍ୟା ଲାଗି ରହୁଛି । ଚଳିତ ବର୍ଷ ଜିଲ୍ଲାରେ ୧୮ ହଜାର ୩୪୯ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ବେଳେ ଆଜି ସୁଦ୍ଧା ମାତ୍ର ୧୨ ହଜାର ୬୬୧ ଜଣ ଚାଷୀ ୭ ଲକ୍ଷ ୫୭ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି ।
Download Argus News App
