ସୂଚନା ଅନୁସାରେ, ନିଶିଭୂଷଣ ଆଜି ବିଲକୁ ଗୋରୁଙ୍କ ନିମନ୍ତେ ଘାସ ଆଣିବାକୁ ଯାଇଥିଲେ । ଘାସ କାଟିବା ସମୟରେ ନିଶିଭୂଷଣଙ୍କୁ ଏକ ବିଷଧର ସାପ କାମୁଡିଥିଲା ।
ନିକଟରେ କାମ କରୁଥିବା ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଖୋର୍ଦ୍ଧା ମୁଖ୍ୟ ମେଡିକାଲକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ବେଗୁନିଆ : ମଙ୍ଗଳବାର ଏକ ବିଷଧର ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଚାଷୀ ଜଣଙ୍କ ହେଲେ ନିଶିଭୂଷଣ ଶ୍ରୀଚନ୍ଦନ ।
ସୂଚନା ଅନୁସାରେ, ନିଶିଭୂଷଣ ଆଜି ବିଲକୁ ଗୋରୁଙ୍କ ନିମନ୍ତେ ଘାସ ଆଣିବାକୁ ଯାଇଥିଲେ । ଘାସ କାଟିବା ସମୟରେ ନିଶିଭୂଷଣଙ୍କୁ ଏକ ବିଷଧର ସାପ କାମୁଡିଥିଲା ।
ନିକଟରେ କାମ କରୁଥିବା ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଖୋର୍ଦ୍ଧା ମୁଖ୍ୟ ମେଡିକାଲକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି