କେନାଲରେ ପାଣି ଆସୁନାହିଁ, କେନାଲରେ ପାଣି ଗଲେ ୬/୭ ଖଣ୍ଡ ଗ୍ରାମପଞ୍ଚାୟତର ଚାଷୀମାନେ ଉପକୃତ ହୁଅନ୍ତେ । ହେଲେ ଚଳିତବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡି ସମସ୍ୟା ଉପୁଜୁଛି । ଚିନ୍ତାରେ ଚାଷୀ ପାଣି ପାଇଁ ସ୍ଥାନୀୟ ନିରାକାରପୁର ଅଂଚଳର ଚାଷୀ କେନାଲ ପାଣି ପାଇଁ ବାରମ୍ବାର ଜିଲ୍ଲାପ୍ରଶାସନ ନିକଟରେ ଗୁହାରି କରିଥିବାବେଳେ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ନୂଆ ଜଗନ୍ନାଥ ସଡକ ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ରାସ୍ତା ଅବରୋଧ କରି ଧାରଣାରେ ବସି ରହିଛନ୍ତି । ଦୀର୍ଘ ୨୩ ବର୍ଷ ଧରି ନବୀନ ସରକାର ଚାଷୀଙ୍କ ପାଇଁ ଜଳସେଚନ, ଶୀତଳଭଣ୍ଡାର ଇତ୍ୟାଦିର କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...