ବିନା ଭକ୍ତରେ ଗଡିଲା ରୁକୁଣା ରଥ
ସମ୍ବଲପୁର: ଧାନ ବିକ୍ରି ପ୍ରାପ୍ୟ ପାଇନଥିବାରୁ ବାମରା ପଞ୍ଚାୟତ ଚାଷୀଙ୍କ ଆନ୍ଦୋଳନ । ରାସ୍ତାରେ ଧାନ ବସ୍ତା ପକାଇ କଲେ ରାସ୍ତା ଅବରୋଧ । ଫଳରେ ବାମରା ଗଡପୋଷ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
ବାମରା ତହସିଲଦାର, ଏସଡିପିଓ, ଏସିଏସଓ, ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ ରାଣାଙ୍କ ସମେତ ଅନ୍ୟ ଅଧିକାରୀମାନେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ହେଲେ କୌଣସି ସୁଫଳ ନାହିଁ । ପ୍ରାୟ ୩ ମାସରୁ ଅଧିକ ହେବ ୨୪ ଜଣ ଚାଷୀ ପ୍ରାୟ ୧୩ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ବିକ୍ରି କରିଥିଲେ । ସେଥିମଧ୍ୟରୁ ୧୩ ଜଣ ଚାଷୀଙ୍କ ଧାନ ଉଠିଥିବା ବେଳେ ୧୧ ଜଣ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି ।