କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି ଜାତୀୟ ଉଦ୍ୟାନ ଭିତର କନିକା l କେନ୍ଦ୍ରାପଡ଼ା ଜିଲ୍ଲାକୁ ଇକୋ ସେନସିଟିଭ ଜୋନ ଭାବେ ସରକାର ଭାବେ ଘୋଷଣା କରାଯାଇଛି l କିନ୍ତୁ ଦୁଃଖର ବିଷୟ ଜିଲ୍ଲା ପ୍ରଶାସନ ଆଉ ରାଜକନିକା ପ୍ରଶାସନ ଅଧିକାରୀ ଚୁଙ୍ଗୁଡ଼ି ମାଫିଆ ମାନଙ୍କ ଠାରୁ ମୋଟା ଆଙ୍କର ଟଙ୍କା ନେଇ ନିୟମ କାନୁନକୁ ଉଲଘଂନ କରୁଥିବା ଦେଖିବାକୁ ମିଳିଛି l
ଚୁଙ୍ଗୁଡ଼ି ମାଫିଆଙ୍କ ଲୁଣା ଚାଷ ଯୋଗୁଁ ଧାନ, ବିରି, ମୁଗ, ଆଳୁ, ପିଆଜ, ପନିପରିବା, ସୂର୍ଯ୍ୟମୁଖି, ମକା ଭଳି ଫସଲ ଧରାଶାୟୀ ହୋଇ ସାରିଛି l ଚୁଙ୍ଗୁଡ଼ି ଘେରିରେ ବ୍ୟବହୃତ ରାସାୟନିକ ପଦାର୍ଥ ବ୍ୟବହାର କରିବା ପରେ ଚୁଙ୍ଗୁଡ଼ି ଅମଳ କରିବା ପରେ ସେହି ପାଣିକୁ କେନାଲକୁ ଛାଡି ଦେଉଛନ୍ତି l ଫଳରେ ଚାଷୀ ପୁଅ ଚାଷ କରିବା ପାଇଁ କେନାଲ ପାଣି ବ୍ୟବହୃତ କରିବା ପରେ ହେକ୍ଟର ହେକ୍ଟର ଚାଷ ଜଳି ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି l
ଚୁଙ୍ଗୁଡ଼ି ଚାଷ କରିବା ପାଇଁ ପ୍ରଶାସନ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ l କିନ୍ତୁ ଚୁଙ୍ଗୁଡ଼ି ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ମାଫିଆ ମାନଙ୍କୁ ଖୁଲମ ଖୁଲା ଚାଷ କରୁଥିବା ଦେଖିବାକୁ ମିଳିଛି l ଜଦି ଏଭଳି ଲାଗିରୁହେ ତେବେ ଆଗକୁ ଆଉ ଚାଷଜମି ମରୁଭୂମି ପାଲଟିଯିବ l ତେଣୁ ଚୁଙ୍ଗୁଡ଼ି ଘେରି ବନ୍ଦ କରିବା ପାଇଁ ସ୍ଥାନୀୟ ଚାଷୀ ରାଜକନିକା ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି l ଗୋଟେ ପଟେ ବେଆଇନ ଚିଙ୍ଗୁଡି ଚାଷ କରି ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ଅନ୍ୟ ପଟେ ନିଜ ଉଜୁଡା ଚାଷ ଦେଖି ଚିନ୍ତାରେ ଚାଷୀ ।