ଅର୍ଗସ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ ..
ଭଦ୍ରକ: ଭଦ୍ରକ ଚାନ୍ଦବାଲି ବ୍ଲକରେ ଚାଷୀଙ୍କ ଧାରଣା । ମଣ୍ଡିରୁ ଧାନ ଉଠାଇବା ଦାବିରେ ଚାଷୀମାନେ ଧାରଣା ଦେଇଛନ୍ତି । ଓରାସାହି ପଂଚାୟତ ଓ କାଣ୍ଡଗରଡ଼ି ପଂଚାୟତ ଚାଷି ମିଳିତ ଭାବେ ଚାଷୀ ଶୋଷଣ ନୀତି ବିରୁଦ୍ଧରେ ଧାରଣା ଦେଇଛନ୍ତି ।
ଓରାସାହି ସେବା ସମବାୟ ଅଧିନରେ ଦୁଇ ପଂଚାୟତର ଚାଷୀ ଦୀର୍ଘ 7ଦିନ ହେଲା ଖୋଲା ଆକାଶ ତଳେ ଧାନ ବସ୍ତା ଧରି ପଡିରହିଥିଲେ ମଧ୍ୟ ସେମାନଙ୍କ ଧାନ ସଂଗ୍ରହ କରାଯାଉନି । 7ଦିନ ମଧ୍ୟରେ ଧାନ ନଉଠିଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କୃଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।