ତେବେ ଦୀର୍ଘ ଦିନ ଧରି ପୌରପାଳିକାକୁ ଭଡା ଦେଉନଥିଲେ । ତେଣୁ 9ଟି ଦୋକାନର 4ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଭଡା ରହିଥିଲା । ଭଡା ଟଙ୍କା ପାଇଁ ବାରମ୍ବାର ଦୋକାନୀ ମାନଙ୍କୁ ନୋଟିସ ସହିତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କୁହାଯାଇଥିଲା। ହେଲେ କେହି ସେମାନେ ବକେୟା ଟଙ୍କା ପ୍ରଦାନ କରିନଥିଲେ । ଶେଷରେ ଗତକାଲି ପୌରପାଳିକା ତରଫରୁ 9ଟି ଦୋକାନରେ ତାଲା ପକାଯାଇଥିଲା । ହେଲେ ଆଜି କିଛି ପରିବା ଚାଷୀ ମାନେ ପରିବା ଆଣିବା ପରେ ପରିବା ଦୋକାନରେ ତାଲା ପଡିଥିବାରୁ ପରିବା ଦେଇପାରିନଥିଲେ । ଫଳରେ ପରିବାକୁ ପୌରପାଳିକା କାର୍ଯ୍ୟାଳୟ ଆଗରେ ରଖି ଘେରାଉ କରିବା ସହିତ ହୋହାଲା କରିଥିଲେ ।
ଏହାସହ ଜାମୁଝାଡୀ ଧାମରା ମୁଖ୍ୟ ରାସ୍ତା ଉପରେ ପରିବା ରଖି ରାସ୍ତାରୋକ କରିଥିଲେ । ପରିବା ଚାଷୀ ଓ ପୌରପାଳିକାର କର୍ମଚାରୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ହେଇଥିଲା । ପୋଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା । ଆକ୍ରମଣକାରୀ ଚାଷୀଙ୍କ ମଧ୍ୟରୁ ଜଣକୁ ପୋଲିସ ଅଟକ ରଖିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: