ମୟୂରଭଞ୍ଜ: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। କେତେବେଳେ ବିଲରେ ପଶି ଉଜୁଡି ଯିବାକୁ ବସିଥିବା ଧାନ ଗଛକୁ ସଜାଡୁଛି ତ ପୁଣି ଗଛ ଭିତରୁ ଖୋଜୁଛି ନିଜ ଝାଳର ମୁଲ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା କୁକୁରଡିମା ଗ୍ରାମରେ.... ଚାଷୀଙ୍କ ଉପରେ ଦାଉ ସାଜିଛି ଧାନ ଗଛରେ ରୋଗ ପୋକ। ପୋକ ଲାଗିବା ଫଳରେ ଗଛ ଗୁଡିକ ଲାଲ ହୋଇଯିବା ସହିତ ଶୁଖିବାରେ ଲାଗିଛି। ହଠାତ ଧାନ ଗଛରେ ଏହି ପୋକ ଲାଗୁଥିବା ବେଳେ ବିଲରୁ ବିଲ ଏହି ରୋଗ ଗ୍ରାସିବାରେ ଲାଗିଛି। ଯାହାଫଳରେ ଚାଷ କାମ ଆରମ୍ଭ ନ ହେଉଣୁ ଗଛ ରୋଗ ପୋକରେ ନଷ୍ଟ ହେବାରେ ଲାଗିଛି।
ଏ ବାବଦରେ ଚାଷୀମାନେ ବିଭାଗକୁ ଜଣାଇଥିଲେ ସୁଦ୍ଧା କେହି ସେଥିପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ। ଏହି ଧଳା ରଙ୍ଗର ପୋକ ଚାଷୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ବିଭାଗ ପକ୍ଷରୁ ଏହି ରୋଗ ପୋକ ନାଶ କରା ନଗଲେ ଚାଷୀ ଅଣ୍ଟା ସଳଖି ଛିଡା ହେବା କଷ୍ଟ ହୋଇଯିବ।
ତେବେ କେବେ ଏହି ଚାଷୀଙ୍କୁ ସରକାରୀ ସ୍ତରରେ ସହାୟତା ମିଳିବ ଏବଂ ପୋକ ନାଶ ପାଇଁ ବିଭାଗୀୟ ଅଧିକାରୀ କେବେ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ।
ଆହୁରି ପଢନ୍ତୁ ଓଡିଶା ଖବର...