ନୂଆପଡା: ଆଜି ଜୟକିସାନ ମଜଦୂର ସଂଗ୍ରାମ ପରିଷଦ ନୂଆପଡାର ଆହ୍ୱାନ କ୍ରମେ ପରିଷଦର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ କୁରୁମପୁରୀ ବିଦ୍ୟୁତ ସଵଷ୍ଟେସନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ୱେସ୍କୋ ନିର୍ବାହୀ ଯନ୍ତ୍ରୀ ନୂଆପଡାରୁ କୁରୁମପୁରୀ ଆସି ଚାଷୀ ତଥା ପରିସଦର ଆବାହକ ଶ୍ରୀ ପାଣିଗ୍ରାହୀଙ୍କ ସହିତ ବିଦ୍ୟୁତ ସମସ୍ୟା ଉପରେ ବିସ୍ତୃତ ଚର୍ଚା ଆଲୋଚନା କରି ଚାଷୀଙ୍କୁ ପ୍ରତିଶୃତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ୱେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛଅ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା।କୋମନା ବ୍ଲକରେ ଶହ ଶହ ଚାଷୀ ଗଭୀର ନଳକୂପ ମାଧ୍ୟମରେ ରବି ଧାନ ଚାଷ କରିଛନ୍ତି । ଯାହା ଲୋଭୋଲ୍ଟେଜ ଓ ଅଘୋଷିତ ବିଦ୍ୟୁତ କାଟ ପାଇଁ ଧ୍ବଂସ ହୋଇଗଲାଣି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ସିଜନ ପ୍ରବଳ ଗ୍ରୀଷ୍ମ ତାତିରେ ସାଧାରଣ ଉପଭୋକ୍ତା ନାହିଁ ନ ଥିବା ଦୁର୍ଦଶା ଭୋଗ କରୁଛନ୍ତି । ତହିଁରେ ପୁଣି ବିଦ୍ୟୁତ ଦରବୃଦ୍ଧି ଲୋକଙ୍କୁ ଅତିଷ୍ଠ ଓ ଅସହ୍ୟ କରିଛି ।
ଏହାର ପ୍ରତିବାଦରେ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ କୋବିଡ଼ ମହାମାରୀ ର୍ ସଂକ୍ରମଣ କୁ ଦୃଷ୍ଟିରେ ରଖି ମାସ୍କ ଓ ସାମାଜିକ ଦୂରତା ରକ୍ଷା କରି ଆନ୍ଦୋଳନକୁ ଓଲ୍ହାଇ ଥିଲା।ୱେସ୍କୋ ନିର୍ବାହୀ ଯନ୍ତ୍ରୀ ଆସି ଆଲୋଚନା କରିବା ସହିତ ଦାବୀ ପତ୍ର ଦେବାକୁ ଜିଦ କରିବାରୁ ନିର୍ବାହୀ ଯନ୍ତ୍ରୀ ନୂଆପଡ଼ାରୁ ଚାଷୀ ଙ୍କ ଦାବିପତ୍ର ଗ୍ରହଣ କରିବା ସହିତ ଅଲୋଚନା କରିଥିଲେ ।
ଅଘୋଷିତ ବିଦ୍ୟୁତ କାଟ ହେବ ନାହିଁ ତଥା ଲୋ ଭୋଲ୍ଟେଜ ସମସ୍ୟାର ପାରୁ ପର୍ୟ୍ୟନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଥିଲା।କୋବିଡ଼ ମହାମାରୀରେ ଆର୍ଥିକ ବିପର୍ଯ୍ୟସ୍ତ ସମୟରେ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର,ଲୋଭୋଲ୍ଟେଜର ସମାଧାନ,ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବ ।