ଓଡିଶା ଚାଷୀଙ୍କୁ କେନ୍ଦ୍ର ଦେବାକୁ ଥିବା ୨୦ ହଜାର କୋଟି ଟଙ୍କା ଉପରେ ରାଜ୍ୟ ସରକାର ଓ ମିଲର୍ସଙ୍କ ଆଖି । ଗତ ଥର
ରାଜ୍ୟରେ ୫୯୦୦ଟି ମଣ୍ଡି ଖୋଲିଥିବାବେଳେ ଚଳିତ ସିଜିନ ପାଇଁ ବର୍ତମାନ ସୁଦ୍ଧା ୧୧ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଗୋଟିଏ ହେଲେ
ମଣ୍ଡି ଖୋଲାଯାଇ ନାହିଁ ଏବଂ ସମଗ୍ର ରାଜ୍ୟରେ ମାତ୍ର ୧୮୦୦ଟି ମଣ୍ଡି ଖୋଲାଯାଇଛି ଏବଂ ପାଖାପାଖି ୭୦ ପ୍ରତିଶତ ମଣ୍ଡି ବର୍ତମାନ ସୁଦ୍ଧା ଖୋଲାଯାଇନାହିଁ । ମଣ୍ଡି ନଖୋଲିଥିବା କାରଣରୁ ଚାଷୀ ଅଭାବି ବିକ୍ରୀର ଶିକାର ହୋଇ ବାଧ୍ୟବାଧକତାରେ ଧାନ କ୍ୱିଂଟାଲ ପ୍ରତି ୯୦୦ / ୧୦୦୦ ଟଙ୍କାରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି । ଟୋକନ ଅବ୍ୟବସ୍ଥା, ମଣ୍ଡି ଭିତିଭୂମି ଅଭାବ ସୃହ୍ଟି କରାଯାଇ ଚାଷୀଙ୍କଠାରୁ ସିଧାସଲଖ ୯୦୦ / ୧୦୦ ଟଙ୍କାରେ ଧାନ ବିକ୍ରି କରାଯିବାର ବିରାଟ ଷଡଯନ୍ତ ରଚାଯାଇଛି । ପ୍ରତି କ୍ୱିଂଟାଲରେ ୨୦୦ ଟଙ୍କା ହିସବାରେ ଚାହୀଙ୍କ ଟୋକନ କିଣୁଛନ୍ତି ମିଲର୍ସ ।
ଆରଏମସି ଓ ସମବାୟ ବିଭାଗର ଷଡଯନ୍ତ୍ରର ଶିକାର ହୋଇ ଚାଷୀ ମଣ୍ଡିକୁ ଧାନ ନ ନେଇ ସିଧାସଲଖ ମିଲର୍ସମାନଙ୍କ ପାଖକୁ ପହଂଚାଉଛି । କାଗଜପତ୍ରରେ ମଣ୍ଡିରେ ପ୍ରବେଶ ଦେଖାଇ ସିଦାସଲଖ ମିଲକୁ ଯାଉଥିବା ଧାନରେ କ୍ୱିଂଟାଲ ପ୍ରତି ୧୨ ଟଙ୍କା ଆଏମସି ଓ ପାକ୍ସକୁ ଲାଂଚ ଦେଉଛି ଚାଷୀ । ଏଥିରେ ବର୍ଷକୁ କୋଟି କୋଟି ଟଙ୍କା ଅଧିକାରୀମାନେ ଲୁଟି ନେଉଛନ୍ତି । ଟୋକନ ଅବ୍ୟବସ୍ଥା କାରଣରୁ ମିଲର୍ସ, ଆରଏମସି ଓ ପାକ୍ସ ଅଧିକାରୀମାନ ମଧୁଚନ୍ଦ୍ରିକା କରି ବ୍ୟାପକ ଅର୍ଥ ହରିଲୁଟ୍ କରୁଛନ୍ତି ଏବଂ ଅନ୍ୟ ପକ୍ଷରେ ନିରୀହ ଚାଷୀ ଆତ୍ମହତ୍ୟା କରୁଛି । ସତ୍ ସାହାସ ଥିଲେ ରାଜ୍ୟ ସରକାର ଦୁର୍ନୀତି କରୁଥିବା ମିଲର୍ସମାନଙ୍କ ବିରୁଦ୍ଧରେ ରାଜ୍ୟ
ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।