ସେହିପରି ଜିଲ୍ଲାର କୋମନା, ବୋଡ଼େନ, ସିନାପାଲି ଖରୀଆର ଏବଂ ସଦର ବ୍ଲକର ବିଭିନ୍ନ ଜାଗାରେ ଏବେ ଏହି ରୋଗ ଲାଗିଛି । ଶହ ଶହ ହେକ୍ଟର ଚାଷ ଜମିରେ ପୋକ ଲାଗି ଧାନ ନଷ୍ଟ ହେବାରେ ଲାଗିଛି ।ଆଉ କିଛି ଦିନ ପରେ ଧାନ ଅମଳ ହେବାର ସମୟ ଆସିଲାଣି। କେବଳ କୁଷଦହନା ଗାଁର ଚାଷୀ ନୁହନ୍ତି ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସମାନ ଅବସ୍ଥା । ସେହି ଗାଁର ପ୍ରାୟ ଚାଳିଶରୁ ଅଧିକ ଚାଷୀଙ୍କ ମଧ୍ୟ ସମାନ ଅବସ୍ଥା ।ବର୍ତ୍ତମାନ କୃଷି ବିଭାଗ ତରଫରୁ ଔଷଧ ଦେବା ସହ ଯେଉଁ ଧାନ ନଷ୍ଟ ହୋଇଛି ତାହାର ଆକଳନ କରି କ୍ଷତି ପୂରଣ ଦାବି କରିଛନ୍ତି ଚାଷୀ ମାନେ। ଅନ୍ୟପଟେ ଜିଲ୍ଲା କୃଷି ଅଧିକାରୀ ସମରେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ। ଏହା ଏକ ମାଟିଆ ଗୁଣ୍ଡି ପୋକ। ଯେଉଁଠି ପୋକ ଲାଗିଛି ସେହି ଅଞ୍ଚଳରେ ସଚେତନ କରାଯାଉଛି ଏବଂ ଚାଷୀଙ୍କୁ ସରକାରୀ ଔଷଧ ଦେବାର ବ୍ୟବସ୍ଥା କରିଛୁ ବୋଲି କହିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।