ଏହି ପ୍ୟାକ୍ସରେ ଅନେକ ଦିନ ଠାରୁ ଏଜେଣ୍ଟ ଓ ମିଲର୍ସ ଚାଷୀଙ୍କୁ ଶୋଷଣ କରୁଥିଲେ। ମିଲର୍ସ ଓ ଏଜେଣ୍ଟ କୁ ଘୁଞ୍ଚାଇବା ପାଇଁ ଚାଷୀମାନେ ଏକଜୁଟ ହୋଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ପରେ ଜିଲ୍ଲା ପ୍ରଶାସନ ମିଲର୍ସଙ୍କୁ ଘୁଞ୍ଚାଇ ନିଆ ମିଲର୍ସ ଟ୍ୟାଗ କରିଛନ୍ତି। ବର୍ତ୍ତମାନ ନୂଆ ମିଲର୍ସ ଆସିଲା ପରେ ମଧ୍ୟ ସେହି ପୁରୁଣା ଏଜେଣ୍ଟ କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେଥିପାଇଁ ଚାଷୀମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ତେଣୁ ଏହି ୩ଟି ମଣ୍ଡିରୁ ତୁରନ୍ତ ଏଜେଣ୍ଟ କୁ ହଟାଇ ନୂଆ ଏଜେଣ୍ଟକୁ ଦାଇତ୍ୱ ଦେବା ପାଇଁ ଚାଷୀମାନେ ଦାବୀ କରିଛନ୍ତି ।
ମଣ୍ଡିକୁ ଦଲାଲ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଅର୍ଗସ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ଧାନମଣ୍ଡି ଠାରେ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଚପ୍ରିଆ ପ୍ୟାକ୍ସ ଅଧୀନରେ ଖଲିଆପାଲି, ଚପ୍ରିଆ, ସାନଚେରଗାଁ, ମଣ୍ଡି ଅଛି। ଏହି ୩ଟି ମଣ୍ଡିରେ ଖଲିଆପାଲି, କେଗାଁ, ସିନାପାଲି, ଚପ୍ରିଆ, ନୂଆଗାଁ ସମେତ ୫ ଟି ପଞ୍ଚାୟତ ଚାଷୀ ଧାନ ବିକ୍ରି କରିଥାନ୍ତି। ଚଳିତ ଖରିଫ ଋତୁରେ ୮୦୨ ଜଣ ଚାଷୀ ଧାନବିକ୍ର ପାଇଁ ପଞ୍ଜିକରଣ କରିଛନ୍ତି।
Download Argus News App
