ଏହି 20 ହଜାର କୁଇଣ୍ଟାଲ ଧାନ 417 ଜଣ ଚାଷୀ ଙ୍କ ଠାରୁ କିଣା ଯାଇଛି। ଆଉ 250 ଜଣ ଚାଷୀ ଧାନ ବିକ୍ରି କରିବେ। ସେହି ସମସ୍ତ ଚାଷୀ ମାନଙ୍କର ଟୋକନ 16 ତାରିଖ ଠାରୁ ଲାପ୍ସ ଆରମ୍ଭ ହୋଇଯିବ। ଯାହାଫଳରେ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରି ପାରୁନାହାନ୍ତି। ଯାହାକୁ ନେଇ ଆଜି ଶତାଧିକ ଚାଷୀ ଭାଇ ମାନେ ଏହି ସେବା ସମବାୟ ସମିତି ଆଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ସେବା ସମବାୟ ସମିତିର ସମ୍ପାଦକ କହୁଛନ୍ତି ସରକାର ଯେତିକି ଟାର୍ଗେଟ ଦେଇଥିଲେ ଆମେ ସେଥିକି କିଣି ସାରିଛୁ। ଆହୁରି 250 ଜଣ ଚାଷୀ ତାଙ୍କ ଧାନ ବିକ୍ରି କରି ପାରିନାହାନ୍ତି।
ଅଧିକ ପଢନ୍ତୁ: ଧାନକୁ ନେଇ ଗଣ୍ଡଗୋଳ, ଜଣେ ମୃତ ୪ ଗୁରୁତର
ଆମକୁ ଯଦି ସରକାର ଆଉ 6 ହଜାର 330 କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଅନ୍ତି ତାହା ହେଲେ ଆମେ ଏହି 250 ଜଣ ଚାଷୀ ଙ୍କ ପାଖରୁ ଧାନ କିଣି ପାରିବୁ ବୋଲି କହିଛନ୍ତି। ଟାର୍ଗେଟ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଜଣାଇଛୁ ବୋଲି କହିଛନ୍ତି ବ୍ରହ୍ମପୁର ସେବା ସମବାୟ ସମିତିର ସମ୍ପାଦକ। ଅନ୍ୟପଟେ ବଞ୍ଚିତ ଚାଷୀ ମାନଙ୍କର ଟୋକନ ଲାପ୍ସ ହେବା ସହ ମଣ୍ଡିରେ ଧାନ ବିକ୍ରି କରି ନ ପାରିଲେ ରାଜରାସ୍ତା କୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ