ଟିଏମସିରେ ରହି ମୁଁ ପାପ କରିଛି
ଭଦ୍ରକ: ଭଦ୍ରକ ବ୍ଲକ ରାଜୁଆଲି ବିନ୍ଧା ଗ୍ରାମରେ ଅଭାବନିୟ ଘଟଣା । ମହିଳା ଗ୍ରୁପ ଋଣ ସୁଜିବା ପାଇଁ ଫାଇନାନ୍ସ କମ୍ପାନୀ ବାଧ୍ୟକରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେବାରୁ ସ୍ୱାମୀର ଆତ୍ମହତ୍ୟା । ସୂଚନାନୁଯାୟୀ, ଆତ୍ମହତ୍ୟା କରିଥିବା ଚାଷୀ ହେଲେ ମହେନ୍ଦ୍ର ଦାସ । ବେକରେ ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା । ମୃତ ମହେନ୍ଦ୍ରଙ୍କ ସ୍ତ୍ରୀ ଓ ବୋହୂ ୪ ଗୋଟି ଘରୋଇ ଅର୍ଥ ଲଗାଣକାରି ସଂସ୍ଥାରୁ ୫୦ ହଜାର ଟଙ୍କାର ଋଣ ନେଇଥିଲେ ।
ତେବେ କରୋନା ପାଇଁ ଜାରି ହୋଇଥିବା ଲକଡାଉନ ଓ ସଟଡାଉନ ଯୋଗୁ ସବୁ କାମ ଧନ୍ଦା ବନ୍ଦ । ପୁଅ ବାହାରୁ ଆସି ଘରେ ରହିଛି । ଏପରିସ୍ଥଳେ ଋଣ ଟଙ୍କା ପାଇଁ ଘରୋଇ କମ୍ପାନୀର ଜୁଲମ । ତେଣୁ ଋଣ ଟଙ୍କା ଦେଇପାରୁନଥିବାରୁ ମହେନ୍ଦ୍ର ମାନସିକ ଚାପରେ ଥିଲେ ବୋଲି ଜଣାପଡ଼ିଛି । ତେଣୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଓ ଗ୍ରାମବାସି କହୁଛନ୍ତି ।