ଅର୍ଗସ ବ୍ୟୁରୋ: ଆଜି ଭାରତ ସହ ଗ୍ରେଟ ବ୍ରିଟେନର ହକି ମ୍ୟାଚ ଥିଲା। ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଲଣ୍ଡନର ଲି ଭ୍ୟାଲି ଷ୍ଟାଡିୟମରେ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଓଡିଶାର ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଏଥିରେ ୨୮୮ ଜଣ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଷ୍ଟାଡିୟମରେ ୧ ମିନିଟର ଶୋକ ସଭା କରାଯାଇଥିଲା।
ବାଲେଶ୍ବରର ବାହାନଗାରେ ଗତ ଶୁକ୍ରବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ, ରାଜନେତା, କ୍ରୀଡ଼ାବିତଙ୍କ ସହ ବଲିଉଡ ସେଲିବ୍ରିଟିମାନେ ଏହାଦ୍ବାରା ପ୍ରଭାବିତ ହୋଇଥିଲେ ଏବଂ ସମସ୍ତେ ଶୋକ ପ୍ରକାଶ କରିଥିଲେ। ବାଲେଶ୍ବର ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି। ଏହି ଦୁର୍ଘଟଣା ଖେଳଜଗତରେ ମଧ୍ୟ ବଡ଼ ଝଟକା ଦେଇଛି।
ଅଧିକ ପଢ଼ନ୍ତୁ ଖେଳ ଖବର