ଏଭଳି ଏକ ସଙ୍ଗିନ ଅଭିଯୋଗକୁ ନେଇ ସାମ୍ବାଦିକ ସମ୍ମିଳନି କରିଛି ଜିଲ୍ଲା କୃଷକ ସଂଗଠନ । ଅଭିଯୋଗ ଅନୁସାରେ ଗତ ଅକ୍ଟୋବର ୩୧ ତାରିଖରେ ହୋଇଥିବା ଡିଏଲପିସି ବୈଠକରେ ସର୍ବ ସମ୍ମତି କ୍ରମେ ନଭେମ୍ବର ୩୦ ତାରିଖରେ ଧାନ କିଣା ଯିବ ବୋଲି ପ୍ରସ୍ତାବ ପାରିତ ହୋଇଥିବା । ଏହାକୁ ଦେଖି ଚାଷି ଏବେ ଧାନ ସଂଗ୍ରହରେ ବ୍ୟସ୍ତ । ହେଲେ ବିସ୍ବସ୍ତ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟି ଡିସେମ୍ବର ମାସ ୫ ତାରିଖରୁ ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଣ୍ଣୟ କରିଛି ।
ଯାହାକୁ ନେଇ ଚାଷି ଦ୍ବନ୍ଦରେ ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ଧାନ କଟା ୨୫ ପ୍ରତିଶତ ସରିଗଲାଣି । ସେହି ଧାନକୁ ଚାଷି ବିକିବ କୋଉଠି ବୋଲି ସଂଘ ପ୍ରଶ୍ନ କରିଛି । ତେବେ ମନ୍ତ୍ରୀ ବିଧାୟକଙ୍କ ଉପସ୍ଥିତିରେ ଧାର୍ଯ୍ୟ ହୋଇଥିବା ତାରିଖକୁ କାହା ସ୍ବାର୍ଥରେ ପରିବର୍ତ୍ତନ କରିଛି ପ୍ରଶାସନ । ତେବେ ପୁର୍ବ ନିର୍ଧାରିତ ତାରିଖରେ ଧାନ ସଂଗ୍ରହ ନକଲେ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।