ସେବାସମବାୟ ସମିତିରେ ଚାଷୀମାନେ ଶହଶହକ୍ୟୁଣ୍ଟାଲ ଧାନ ଜମାକରିଥିବାବେଳେ ମିଲରର ମାନମାନିପାଇଁ ନାହିଁନଥିବାର ଅସୁବିଧା ଦେଖିବାକୁ ମିଳିଛି। ଧାନମଣ୍ଡିରେ ଧାନକିଣାରେ ଅନିୟମିତତା ନେଇ ଜିଲ୍ଲା ପାଳଙ୍କ ଜନଶୁଣାଣି ଶିବିର ରେ ଅଭିଯୋଗ ପରେବି କୌଣସି ସୁଫଳ ମିଳିଲା ନାହିଁ। ଯାହା ଫଳରେ ଚାଷୀ ବାଧ୍ୟତାମୂଳକ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୁଲ୍ୟଠୁ କମ ରେ ବେପାରୀଙ୍କୁ ଧାନ ବିକୁଛନ୍ତି।ସେହି ଧାନକୁ ବେପାରୀ ରାତି ଅଧରେ ମିଲର ଙ୍କୁ ବିକୁଛନ୍ତି। କେନ୍ଦ୍ର ଓ ରାଜ୍ୟସରକାର ଚାଷୀମାନଙ୍କ ପାଇଁ ଧାନର ସରକାରୀମୂଲ୍ୟ ଧାର୍ଯ୍ୟ କରିଥିବାବେଳେ ମିଲରମାନେ କଣ ପାଇଁ ନିୟମକାନୁନୁ ମାନୁନାହାନ୍ତି ।ତାହାକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହେବା ସହିତ ମିଲର ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଯୋଗୁ ମିଲର ଚାଷୀ ମାରଣା ନୀତି ଅବଲମ୍ବନ କରୁଛି ବୋଲି ଚାଷୀ ବିଭିନ୍ନ ସଂଗଠନର ନେତା ମାନେ ପ୍ରକାଶ କରିଛନ୍ତି।
ବାଇଟି 3 ସାମାଜିକ ସଂଗଠନ-ପ୍ରକାଶ ଚନ୍ଦ୍ର ସେଠି
ସରକାରଙ୍କ ଚାଷୀ ମାରଣା ନୀତି

ସେବାସମବାୟ ସମିତିରେ ସଭାପତି , ସମ୍ପାଦକ ଓ ମିଲରର ମନମାନି ପାଇଁ ଚାଷୀଙ୍କୁ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଦିନରେ ମିଲରର ଦେଖାନଥିବା ବେଳେ ରାତିରେ ଚାଲିଛି ବେପାରୀଙ୍କ ଠାରୁ ଧାନ ଉଠାଣ। ଚାଷୀମାନେ ଧାନମଣ୍ଡିକୁ ଟୋକାନ ଧରି ଆସିଥିବାବେଳେ ମିଲର କ୍ୟୁଣ୍ଟାଲ ପ୍ରତି 3କେଜି ଓ ଝୋଟଅଖାରେ ଧାନନେବାପାଇଁ ଚାଷୀଙ୍କୁ ବହୁ କ୍ଷ୍ୟତି ସହିବାକୁ ପଡୁଛି। ଝୋଟଅଖାର ମୁଲ୍ୟ ମିଲର ଦେବାପାଇଁ ନିୟମ ଥିବାବେଳେ ମିଲର କିନ୍ତୁ ଝୋଟଅଖା ବାବଦ ଟଙ୍କା ନଦେଇ ଧାନନେଉଥିବାର ଚାଷୀ ଅଭିଯୋଗ ଆଣିଛନ୍ତି।
Download Argus News App
