ଚିତ୍ତରଞ୍ଜନ ଜଣେ ଚାଷୀ ହୋଇଥିବା ବେଳେ ସେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଋଣ ଭାରରେ ଥିଲେ । ଫଳରେ ଋଣ ଭାର ସହିନପାରି ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଖଇରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଖଇରା ଥାନା ଆଇଆଇସି ଗଣେଶ୍ୱର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏ ଏସ୍ ଆଇ ଉପେନ୍ଦ୍ର କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲ ପଠାଇଥିବା ବେଳେ ୦୬/୨୩ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି ।
ଋଣ ଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ : ଋଣ ଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ମାଖନପୁର ପଞ୍ଚାୟତ ଅଧିନ ସାଉଣ୍ଡିଆ ଗ୍ରାମରେ ଘଟଣା ଘଟିଛି । ମାୟାଧର ମହାନ୍ତିଙ୍କ ପୁଅ ଚିତ୍ତରଞ୍ଜନ ମହାନ୍ତି (୫୦) ଋଣ ଭାର ସହିନପାରି ଆତ୍ମହତ୍ୟା କରିଥିବା ଖଇରା ଥାନାରେ ଅଭିଯୋଗ ହୋଇଛି । ଆଜି ସକାଳେ ଚିତ୍ତରଞ୍ଜନ ଘରେ ନଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ତାଙ୍କ ମୃତଦେହ ରୋଷେଇ ଘରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ ।
Download Argus News App
