ତେବେ ଶୀଘ୍ର କେମିତି ମତ୍ସ୍ୟ ଯାଆଁଳା ଉତ୍ପାଦନ ହୋଇପାରିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ମନ୍ତ୍ରୀ କହିଛନ୍ତି । ତେବେ ଚିପିଲିମା କେନ୍ଦ୍ରରୁ ଉଭୟ ପ୍ରଜାତିର ୫୦ କୋଟି ଯାଆଁଳା ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି ।
ଏପ୍ରିଲ ମଇ ଜୁନ ସୁଦ୍ଧା ୩୦ କୋଟି ଯାଆଁଳା କେମିତି ଉତ୍ପାଦନ ହେବ ସେନେଇ ସମୀକ୍ଷା କରାଯାଇଥିବା ମନ୍ତ୍ରୀ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଏହି ଗସ୍ତରେ ମତ୍ସ୍ୟ ଓ ପଶୁପାଳନ ବିଭାଗ ସଚିବ ଆର ରଘୁପ୍ରସାଦ, ନିର୍ଦ୍ଦେଶକ ସ୍ମୃତି ରଂଜନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।