ଅର୍ଗସ ବ୍ୟୁରୋ: ଆଜି ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ । ରାଜ୍ୟର ଟୋଲଗେଟ ଗୁଡ଼ିକରେ ମଧ୍ୟରାତ୍ରିରୁ ଏହି ନିୟମକୁ କଡ଼ାକଡ଼ି କରାଯିବ । ଫାସଟ୍ୟାଗ ନଥିଲେ ଗାଡ଼ି ଚାଳକ ପୂର୍ବ ନିଷ୍ପତ୍ତି ମୂତାବକ ଦୁଇ ଗୁଣା ଟୋଲ ଫି ଗଣିବେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସଟ୍ୟାଗ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର । ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା । ଏଣିକି ଆଜି ମଧ୍ୟରାତ୍ରିରୁ ଟୋଲଗେଟ ଗୁଡ଼ିକରେ ଫାସଟ୍ୟାଗ ବାଧ୍ୟତାମୂଳକ ବୋଲି କହିଛି କେନ୍ଦ୍ର ପରିବହନ ମନ୍ତ୍ରାଳୟ। ଗାଡ଼ିରେ ଫାସଟ୍ୟାଗ ଲଗାଇଥିଲେ ଏବଂ ସକ୍ରିୟ ଥିଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବନି କି ଟୋଲ ଗେଟ ଗୁଡ଼ିକରେ ଲମ୍ବାଲାଇନରେ ରହିବାକୁ ପଡ଼ିବନି ।
ଫାସଟ୍ୟାଗ ଲାଗିଥିବା ହାଲୁକା କିମ୍ବା ଭାରିଯାନ ଗୁଡ଼ିକୁ ଅଟକାଉଥିବା ଇଣ୍ଟରସେପ୍ଟର ତୁରନ୍ତ ଉଠିଯିବ ।