ଅଧିକ ପଢନ୍ତୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଅବହେଳିତ ବାସଭବନ ପ୍ରସଙ୍ଗ ଉଠାଇଲେ ସୌମ୍ୟରଞ୍ଜନ
ନିକଟରେ ସୁଆଣ୍ଡୋ ସ୍ଥିତ ଉତ୍କଳମଣୀଙ୍କ ଜନ୍ମସ୍ଥାନର ବିକାଶ କରି ବାହାବାଃ ଗୋଟାଇବାକୁ ଖିବ ପ୍ରୟାସ କରିଥିଲେ ରାଜ୍ୟ ସରକାର । କିନ୍ତୁ ସରା ରାଜ୍ୟରେ ଏପରି ଶହ ଶହ ମହାପୁରଷଙ୍କ ସ୍ମୃତି ଚିହ୍ନ ଯେ ନିଶ୍ଚିହ୍ନ ହେବା ଅପେକ୍ଷାରେ ଏକଥାକୁ କେମିତି ପାଶୋରି ଯାଇଛନ୍ତି ବିଜେଡି ସରକାର । ରଣପୁରର ସହିଦ ରଘୁନାଥ ମହାନ୍ତି, ନାୟଗଡ଼ର ସଂଗ୍ରାମୀ କଷ୍ଟି ଡାକୁଆ, ପଶ୍ଚିମ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ଜନାର୍ଦ୍ଦନ ସିଂ, ସର୍ଦ୍ଦାର ଦୟାଲ ସିଂହ, କେନ୍ଦ୍ରାପଡ଼ାର ସ୍ବାଧୀନତା ସଂଗ୍ରାମୀ ବାସୁ ବିସୁନି ଏବଂ କେନ୍ଦୁଝରର ସଂଗ୍ରାନୀ ରତନା ନାୟକ । ଏମାନଙ୍କ ଜନ୍ମସ୍ଥାନର ଅବସ୍ଥା କେମିତି ଅଛି ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି ରାଜ୍ୟ ସରକାର ।
ଅନୁଗୁଳ ସହରରେ ଥିବା ବାଜି ରାଉତ ଛାତ୍ରାବାସ ପରିସରରେ ରହିଛି ଏହି ବାପି ନୁମା କୁଟୀର । ଏହିଠାରେ ଲୋକ କଲ୍ୟାଣ ପାଇଁ ସଂଘର୍ସ କରୁଥିଲେ ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୋଧୁରୀ ଏବଂ ତାଙ୍କ ଧର୍ମପତ୍ନୀ ମାଳତୀ ଚୌଧୁରୀ । ନିୟମ ଆଳରେ ଏହି ଦୁଇ ମହାପୁରୁଷଙ୍କ ସାଧନାସ୍ଥଳୀ ପ୍ରତି ସରକାରୀ ଅବହେଳାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି । ଏହି ମର୍ମରେ ଥିଲା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ଉଦବେଗ । ସେ କହିଥିଲେ ଜଣେ ବିଦେଶୀ ସେ ବାଟ ଦେଇ ଗଲାବେଳେ, ଟୁରିଷ୍ଟ ଗାଇଡ଼ ମଧ୍ୟ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ବୋଲି କହି ଦେଖାଇବାକୁ ନିଜକୁ ସଂକୋଚ ମନେ କରିବେ ।