ତେବେ ସୁନାରିପୋଷି ଛକ ନିକଟରେ ଦୁର୍ଘଟଣାରେ ଜଣେ ଅଚିହ୍ନା ବ୍ୟକ୍ତି ଘଟଣା ସ୍ଥଳରେ ମୃତ୍ୟବରଣ କରିଛନ୍ତି l ଟ୍ରକଟି ପ୍ରଥମେ କେନ୍ଦୁମୁଣ୍ଡି ଘାଟିରେ ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ମଟର ସାଇକେଲରେ ଆସୁଥିବା ସମୟରେ ଧକ୍କା ଦେବାରୁ ସେମାନେ ଆହତ ହୋଇଛନ୍ତି l
ଘଟଣାରୁ ପ୍ରକାଶଯେ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଣ୍ଡଳ, ସ୍ତ୍ରୀ ଓ ଝିଅ ମୋଟର ସାଇକେଲ ଯୋଗେ କରଞ୍ଜିଆରୁ ଠାକୁରମୁଣ୍ଡା ଆସୁଥିଲେ l ସନ୍ଧ୍ୟା ସମୟରେ କେନ୍ଦୁମୁଣ୍ଡି ଘାଟି ନିକଟରେ ସିମେଣ୍ଟ ଟ୍ରକ ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ବେଳେ ସୁନାରିପୋଷୀ ନିକଟରେ ଆଉ ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ଅଚିହ୍ନା ମୃତ ବ୍ୟକ୍ତିଙ୍କ ମୋଟର ସାଇକେଲ ଟି ଟ୍ରକ ତଳେ ଚାପି ହୋଇ ରହିଥିବା ବେଳେ ମୃତ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଚକ ମାଡିଯାଇ ଟ୍ରକ ଟି ଓଲଟି ପଡ଼ିଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଥିବା ସୂଚନା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।