ଏହାକୁ ବିରୋଧ କରି ଭଦ୍ରକ ଜିଲ୍ଲା କିନ୍ନର ସଙ୍ଘ ପକ୍ଷରୁ ଶ୍ରାବଣୀ କିନ୍ନର ଙ୍କ ନେତୃତ୍ୱ ରେ କିନ୍ନର ମାନେ ଭଣ୍ଡାରିପୋଖରୀ ଥାନା ରେ ପହଂଚି ସେହି ଟୋଲ ଗେଟ ନିକଟ ରେ ବେଆଇନ ନିଶା କାରବାର ଓ ଅନ୍ୟାନ୍ୟ ବହୁ ବେଆଇନ କାରବାର ରେ ସମ୍ପୃକ୍ତ ଥିବା ଶଶୁର ଜ୍ୱାଇଁ ଙ୍କ ବିରୋଧ ରେ ଅଭିଯୋଗ କରିବା ସହିତ ସେମାନଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ଟୋଲ ଗେଟ ଅଞ୍ଚଳରେ ବାଙ୍ଗଲାଦେଶୀ କିନ୍ନରଙ୍କୁ ରଖି ଏହି ଶ୍ୱଶୁର ଜ୍ୱାଇଁ ଯେଉଁ ଭଳି ବେଆଇନ କାର୍ଯ୍ୟ କରୁଛନ୍ତି ଏହା ଦ୍ୱାରା ପୁରା କିନ୍ନର ସଙ୍ଘ ବଦନାମ ହେଉଛି । ତେଣୁ ପୋଲିସ ଯଦି ଏହାକୁ ନ ରୋକିବ ତେବେ ଓଡିଶାର ଥିବା ସମଗ୍ର କିନ୍ନର ସମାଜ ଆନ୍ଦୋଳନ କୁ ବାହାରିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏହି ସବୁ କାରବାର ଉପରେ ରୋକ୍ ଲଗାଇବା ପାଇଁ ଆଗକୁ ଭଣ୍ଡାରିପୋଖରୀ ପୋଲିସ କିପରି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଦାଖିବାକୁ ବାକି ରହିଲା।
ଅଧିକ ଦେଖନ୍ତୁ :