ନୟାଗଡର ୩୩ ବର୍ଷୀୟ ଯୁବକ ଅମୂଲ୍ୟ ପରିଡାଙ୍କ ଏ ହେଉଛି ଆଖିର ତାରା। ହେଲେ ଅମୂଲ୍ୟ ଏବେ ଜୀବନ ମରଣ ସହ ଲଢେଇ କରୁଛନ୍ତି। ଏଣୁ ତାଙ୍କ ପତ୍ନୀ ବି ସ୍ଵାମୀଙ୍କ ଚିକତ୍ସା ପାଇଁ ସାଧାରଣ ଜନତାଙ୍କ ଆଗରେ ହାତ ପତାଇଛନ୍ତି। ଆଉ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ମାଆର ଆଖିରୁ ଲୁହ ସରିଲାଣି। ଏହି ଚିତ୍ର ଦେଖିଲେ ଆପଣ ସ୍ତବ୍ଧ ହୋଇଯିବେ।
ନୟାଗଡର ଅମୂଲ୍ୟ ପରିଡା ପାଖାପାଖି ମାସେ ହେବ ମେଡିକାଲରେ ଭର୍ତ୍ତି ହୋଇଥିଲେ ବି ତାଙ୍କ ଚିକିତ୍ସାରେ କିଛି ପ୍ରଭାବ ପ଼ଡୁନାହିଁ। ଡାକ୍ତର କହୁଛନ୍ତି ଇକମୋ ଟ୍ରିଟମେଣ୍ଟ ଦରକାର । ଆଉ ଏଥିପାଇଁ ଓଡିଶା ବାହାରକୁ ଯିବାକୁ ପଡିବ। ତେବେ ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ? ତାହା ପରିବାର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ମାଆ, ଭାଇ, ସ୍ତ୍ରୀ କୋଭିଡରୁ ଭଲ ହୋଇ ଫେରିଥିଲେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅମୂଲ୍ୟ ।
ଶାଶୁ, ଶ୍ଵଶୁର, ଦିଅର ସମସ୍ତେ ଘରେ ଆଇସୋଲେସନରେ ଥିବାରୁ ବାପଘରେ ରହି ମଧୁସ୍ମିତା ସ୍ଵାମୀଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡରେ ଲାଗି ପଡିଛନ୍ତି । ସ୍ଵାମୀଙ୍କୁ କୋଲକାତା କିମ୍ବା ହାଇଦ୍ରାବାଦ୍ ନେଇ ଚିକିତ୍ସା କରିବା ତାଙ୍କ ପକ୍ଷରେ ଅସମ୍ଭବ। ତେଣୁ କିଛିଟା ସାହାଯ୍ୟ ପାଇଲେ ତାଙ୍କ ସ୍ଵାମୀ ବଞ୍ଚିଯିବେ ବୋଲି ସେ ଆଶା ରଖିଛନ୍ତି ।
ଆଉ ଏଭଳି ସ୍ଥିତିରେ ଅମୂଲ୍ୟଙ୍କ କୁନି ଝିଅର ଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଗନ୍ନାଥ ଛୁଆଟିର ଡାକ ଶୁଣନ୍ତୁ ଆଉ ସିଏ ପୁଣି ଖୁସିରେ ନିଜ ବାପାଙ୍କ ସହ ଗେହ୍ଲା ହେଉ ବୋଲି ସିମସ୍ତେ କହୁଛନ୍ତି।
ଅମୂଲ୍ୟଙ୍କୁ କେହି ସାହାଯ୍ୟ କରିବାକୁ ଚାହୁଁଥିଲେ…
Account Number- 3368101008045
CANARA BANK, IFSC- CNRB0003358
Gpay- 9583111610