ଜିଲ୍ଲାର 3 ଟି ପ୍ରମୁଖ ସୀମା ରାଇଘର, ଚନ୍ଦାହାଣ୍ଡି, କୋଷାଗୁମୁଡା ଉମରକୋଟ ବ୍ଲକ ରେ ସୀମାକୁ ସିଲ କରାଯାଇ ଯାତାୟତକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଉଭୟ ପଟରୁ କୌଣସି ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
ନବରଙ୍ଗପୁର: କରୋନାର ଦ୍ଵିତୀୟ ଲହରରେ ବର୍ଦ୍ଧିତ ସଂକ୍ରମଣ ପ୍ରତି ସଜାଗ ରହିବାକୁ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଛନ୍ତି। ସୀମାନ୍ତ ଛତିଶଗଡ ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ପରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି। ଆଜି ଉମରକୋଟ–ଛତିଶଗଡ ରାଜ୍ୟର ସମସ୍ତ ସୀମାକୁ ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି।