ନା କୌଣସି ଜରୁରୀ ବୈଠକ ବସୁଛି ନା ରଣନୀତି ପ୍ରସ୍ତୁତ ହେଉଛି । ବର୍ଷ ବର୍ଷ ଧରି ରାଜ୍ୟରେ ବିକ୍ରୀ ହେଉଛି ନକଲି ମେଡିସିନ୍ ।
ଗତ ତିନି ମାସ ତଳେ ଟ୍ୱିନି ସିଟିରେ ନକଲି ଟେଲମା-40 ଚିହ୍ନଟକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ସହ ଓଡିଶା ପୁଲିସ ବିହାର ଯାଇ ନକଲି ଔଷଧ ଯୋଗାଇଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲେ ।
ହେଲେ ଏହି ନକଲି ଔଷଧର ଭୟ ପୁଣି ଡରାଇବାକୁ ଆରମ୍ଭ କଲାଣି । କଟକର ସଂପୃକ୍ତ ହୋଲସେଲର ଓ ସପ୍ଲାୟରଙ୍କ ଜରିଆରେ କେବଳ ଉଚ୍ଚ ରକ୍ତଚାପ ନୁହେଁ, ଏକାଧିକ ନକଲି ଔଷଧ ଯୋଗାଣ ହୋଇଥିବା ନଜରକୁ ଆସିଲାଣି ।
କ୍ଲାଭମ-625 ହେଉଛି ଏହାର ଆଉ ଏକ ଉଦାହରଣ । ଏହା ନକଲି କି ନୁହେଁ ତାହା ତ ଜମାପଡିନି କିନ୍ତୁ ଏହାର ବାର୍ କୋଡିଂ ଏବଂ ବ୍ୟାଚ୍ ନଂ କୁ ନେଇ ଏହା ନକଲି ବୋଲି ସନ୍ଦେହ କରାଯାଉଛି । ଆଉ ଏଭଳି କେତେପ୍ରକାର ଔଷଧ ଓଡିଶାକୁ ଆସିଛି ତାହା ବିଷଷୟରେ ଖୋଳ ତାଡ ଚାଲିଛି ।
ସେପଟେ କେବଳ ଟ୍ୱିନି ସିଟି ନୁହେଁ ବରଗଡ, ଝାରସୁଗୁଡା, ଅନୁଗୁଳ, ଜଗତସିୁଂହପୁର, ବଲାଙ୍ଗୀର, ପୁରୀରୁ ପାନ 40, ପାନ ଡି, ମଣ୍ଟେର ଏଲସି, ଜିରୋଡଲ ଭଳି ନକଲି ଔଷଧ ନେଇ ଚିଠି ଜାରି ହୋଇଛି । ବାଲଣାସୀର ଏକ ସଂସ୍ଥା ଏହି ଔଷଧ ଓଡିଶା କୁ ପଠାଇଥିବା ଜଣାପଡିଥିଲା। ହେଲେ ସେହି ସଂସ୍ଥା ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଅସ୍ପଷ୍ଟ ରହିଛି । ସଂପୃକ୍ତ ଜିଲ୍ଲାର ଡିଆଇମାନେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।