ଠିକ ସମୟରେ ସାର ପହଞ୍ଚାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ୟୁରିଆ ସାର ବାବଦରେ ରାଜ୍ୟ ସରକାର ମାଗିଥିଲେ 80 ହଜାର ମେଟ୍ରିକ ଟନ୍ ୟୁରିଆ ସାର। ଆଉ କେନ୍ଦ୍ର ସରକାର ଯୋଗାଇଦେଉଛନ୍ତି 2 ଲକ୍ଷ 4 ହଜାର ମେଟ୍ରିକ ଟନ୍ ୟୁରିଆ ସାର। ମାତ୍ର ତାହା ମଧ୍ୟରୁ ରାଜ୍ୟ ସରକାର ଚାଷୀ ମାନଙ୍କୁ ମାତ୍ର 78 ହଜାର ମେଟ୍ରିକ ଟନ୍ ସାର ଯୋଗାଇଦେଇଛନ୍ତି । ସେହିପରି ରାଜ୍ୟର ଦାବି ଥିଲା 30 ହଜାର ମେଟ୍ରିକ ଟନ୍ ଡିଏପି ସାର ।52 ହଜାର ମେଟ୍ରିକ ଟନ୍ ଡିଏପି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ।
ଯାହା ମଧ୍ୟରୁ ରାଜ୍ୟ ସରକାର ଚାଷୀ ମାନଙ୍କୁ ମାତ୍ର 21 ହଜାର ମେଟ୍ରିକ ଟନ୍ ସାର ଯୋଗାଇଦେଇଛନ୍ତି । ରାଜ୍ୟ ସରକାର ଏମଓପି ସାର ବାବଦରେ 25 ହଜାର ଟନ୍ ଏମଓପି ସାର ମାଗିଥିବା ବେଳେ ମିଳିଛି 45 ହଜାର ମେଟ୍ରିକ ଟନ୍ । ତେବେ ତାହା ମଧ୍ୟରୁ ବି ରାଜ୍ୟ ସରକାର ଚାଷୀ ମାନଙ୍କୁ ମାତ୍ର 9 ହଜାର ମେଟ୍ରିକ ଟନ୍ ସାର ଯୋଗାଇଦେଇଛନ୍ତି ।
ସେହିପରି 40 ହଜାର ମେଟ୍ରିକ ଟନ୍ ଏନ୍ ପିକେ ସାର ରାଜ୍ୟ ସରକାର ମାଗିଥିବା ବେଳେ 1 ଲକ୍ଷ 37 ହଜାର ମେଟ୍ରିକ ଟନ୍ ରାଜ୍ୟକୁ ମିଳିଛି । ଆଉ ଏଥିରୁ ବି ରାଜ୍ୟ ସରକାର ଚାଷୀ ମାନଙ୍କୁ ମାତ୍ର 51 ହଜାର ମେଟ୍ରିକ ଟନ୍ ସାର ଯୋଗାଇ ଦିଆଯାଇଥିବା କହିଥିଲେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।