ପୁରୀ କଣାସ ଗଡିଶାଗୋଦା ଥାନା ଜାଗୁଳାଇପଦର ଗାଁରେ ରକ୍ତର ହୋଲି। ଫାର୍ସା ଧରି ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ହାଣିଲା ଦୃର୍ବୃତ୍ତ। ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ଅଛନ୍ତି। ଆହତ ମାନକୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଘଟଥିବା ଜଣାପଡିଛି । ଆହତମାନେ ବିଜେପି ସମର୍ଥିତ ଲୋକ ବୋଲି କୁହାଯାଉଛି।
କେନ୍ଦୁଝର ଆନନ୍ଦପୁରରେ ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ । ଘଟଣାରେ ୨ ଜଣ ଗୁରୁତର ଅଛନ୍ତି । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡା ଗାଁରେ ପଞ୍ଚାୟତ ନିର୍ବାଚନ ସମୟରୁ ଲାଗିରହିଥିବା ଉତ୍ତେଜନା ଆଜି ଉଗ୍ରରୂପ ଧାରଣ କରିଥିଲା। ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀର ୫ ଜଣ ଆହତ ହୋଇ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।
ବାଲେଶ୍ଵର ସୋର ଥାନା ଗୋବିନ୍ଦପୁର ଗାଁରେ ରଙ୍ଗ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ । ଗାଁର କିଛି ବିଜେପି କର୍ମୀ ରଙ୍ଗ ଖେଳୁଥିବାବେଳେ ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ । ପରେ ଘଟଣା ଉଗ୍ରରୂପ ନେଇଥିଲା। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗଞ୍ଜାମ ପୋଲସରା ମୁକାମାଳାଦେଇପୁର ଶାସନ ଗାଁରେ ବୀଭତ୍ସ ହତ୍ୟା। ଯୋଜନାବଦ୍ଧ ଭାବେ ଗାଁର ଅମିତ ଅ।ଚାର୍ଯ୍ୟଙ୍କୁ ହତ୍ୟାକାରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗାଁର ଅମିତ ଅ।ଚାର୍ଯ୍ୟଙ୍କ ସହ ସେହି ଗାଁର କିଛି ଯୁବକଙ୍କ ପୂର୍ବ ଶତ୍ରୁତା ରହିଥିଲା। ଆଜି ଯୋଜନାଵଦ୍ଧ ଭାବେ ତିନିରୁ ଅଧିକ ଯୁବକ ମିଶି କେନାଲ ହୁଡା ନିକଟରେ ହତ୍ୟା କରି ମୃତଦେହ ବିଲରେ ଫିଙ୍ଗି ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ମୃତଦେହ ଜବତ ସହ ହତ୍ୟା ମାମଲା ରୁଜୁ କରିଛି ।
ଯାଜପୁର ଖରସ୍ରୋତା ଅଘଟଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଆଜି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଏବେ ବି ଦୁଇ ଜଣଙ୍କ ପତ୍ତା ମିଳୁନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଶୁକ୍ରବାର ଯାଜପୁର ଟାଉନ ଥାନା ଅନ୍ତର୍ଗତ ବଡସୁଆର ମଙ୍ଗଳା ଘାଟ ନିକଟରେ ହୋଲି ଖେଳି ସାରି ଖରସ୍ରୋତା ନଦୀକୁ ଗାଧୋଇ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୭ ଜଣ। ନଦୀର ପ୍ରଖର ସୁଅରେ ଭାସି ଯାଉଥିବାର ଦେଖି ଡେଇଁ ଥିଲେ ତିନି ଜଣ ରିଅଲ ହିରୋ । ଆଉ ବଞ୍ଚାଇ ପାରିଥିଲେ ଗୋଟିଏ ଜୀବନ।
ସମ୍ବଲପୁର କୁଚିଣ୍ଡାରେ ହୋଲିରେ ଅଘଟଣ। ଭେଡେନ ନଦୀର ସଇଡା ଝିଲ୍ଲି ଘାଟ ନିକଟରେ ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଦୁଇଜଣ ଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାର ମୁକେଶ ଯାଦବ ଓ କୈଳାଶ ଯାଦବ। ବିଳମ୍ବରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ଦୁଇଜଣଙ୍କ ମୃତଦେହ ଉଦ୍ଧାର କରିଛି।
ସେହିପରି କୋରାପୁଟ କୋଟପାଡ ପାଖ ଇନ୍ଦ୍ରାବତୀ ନଦୀରେ ବୁଡ଼ିଯାଇ ୨ ଯୁବକ ମୃତ। ହୋଲି ଖେଳିସାରି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ। ବ୍ରହ୍ମପୁରରେ ହୋଲି ଖେଳି ଲାଞ୍ଜିପଲ୍ଲୀ ସ୍ଥିତ ମାର୍କେଣ୍ଡେଶ୍ବର ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ । ଦୀର୍ଘ ଏକ ଘଣ୍ଟାର ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଦ୍ବାରା ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି।