ଟ୍ରକରେ ଲାଗିଲା ନିଆଁ...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାରରେ ତୁମୁଳକାଣ୍ଡ । ପାର୍ଟି ମନାଉଥିଲାବେଳେ ସାମାନ୍ୟ ବଚସାରୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି । ପ୍ରେମୀ ଯୁଗଳ ବିଳମ୍ବିତ ରାତି ଯାଏଁ ବାରରେ ପାର୍ଟି ମନାଉଥିଲେ । ଏହି ସମୟରେ ପ୍ରଥମେ ପାଟିତୁଣ୍ଡ ପରେ ହାତାହାତି ହୋଇ ଥିଲେ ଦୁଇ ଯୁବକ ଓ ବାଉନ୍ସର ।
ବାଉନ୍ସରଙ୍କ ଛୁରାମାଡ଼ରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି । ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି ।