ହରିଜନପଡା ବାସୀ ନିର୍ମାଣ ହେଉଥିବା ରାସ୍ତାକୁ ବିରୋଧ କରୁଥିବା ବେଳେ ଖଡିଆପଡା ବାସୀ ରାସ୍ତା ନିର୍ମାଣକୁ ସମର୍ଥନ କରିଥିଲେ । ଏହାକୁ ନେଇ ଦୁଇ ପଡା ବାସୀଙ୍କ ମଧ୍ୟରେ କିଛି ସମୟ ଧରି ଖଣ୍ତ ଯୁଦ୍ଧ ହୋଇଥିଲା । ପରେ କ୍ଷେତରାଜପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲା ।
ଅର୍ଗସ ବ୍ୟୁରୋ: ରାସ୍ତା ପାଇ ଖଣ୍ତ ଯୁଦ୍ଧ । ରାସ୍ତା ନିର୍ମାଣ ଚାଲିଥିବାବେଳେ ଦୁଇ ପଡା ମଧ୍ୟରେ ମାର୍ ପିଟ୍ । ସମ୍ବଲପୁର ମହାନଗର ନିଗମ ୧୩ ନମ୍ବର ଓ୍ଵାର୍ଡ ଦୁର୍ଗାପାଲି ହରିଜନପଡା ଓ ଖଡିଆପଡାର ରାସ୍ତା ନିର୍ମାଣ କାମ ଚାଲିଛି ।
ହରିଜନପଡା ବାସୀ ନିର୍ମାଣ ହେଉଥିବା ରାସ୍ତାକୁ ବିରୋଧ କରୁଥିବା ବେଳେ ଖଡିଆପଡା ବାସୀ ରାସ୍ତା ନିର୍ମାଣକୁ ସମର୍ଥନ କରିଥିଲେ । ଏହାକୁ ନେଇ ଦୁଇ ପଡା ବାସୀଙ୍କ ମଧ୍ୟରେ କିଛି ସମୟ ଧରି ଖଣ୍ତ ଯୁଦ୍ଧ ହୋଇଥିଲା । ପରେ କ୍ଷେତରାଜପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲା ।
ଅର୍ଗସ ବ୍ୟୁରୋ: ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ । ପୁଣି ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ଚତୁର୍ଥ ଥ୍ରୋରେ 88.88 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ । କିଶୋର ଜିତିଲେ ରୌପ୍ୟ ପଦକ । କିଶୋର ଜେନାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚତୁର୍ଥ ଥ୍ରୋରେ 87.54 ମିଟର ଫିଙ୍ଗିଲେ କିଶୋର । ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା ।
Historic GOLD & SILVER for India 🔥🔥🔥
Neeraj Chopra wins Gold & Kishore Jena wins Silver medal in Javelin Throw.
Neeraj with SB: 88.88m
Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0 — India_AllSports (@India_AllSports) October 4, 2023
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଡ୍ରାଇଭର ଙ୍କୁ ମାଡ଼ ମାରି ୧ଲକ୍ଷ ୨୦ ହଜାର ଜରିମାନା ଗଣିଲେ ବାଲିଘାଟ ମାଲିକ। ସୋମବାର ଦିନ ନୂଆପାଟଣା ଗ୍ରାମର ଡ଼୍ରାଇଭର ପିତାମ୍ବର ନାୟକଙ୍କୁ ବିନା କାରଣ ରେ ବ୍ରହ୍ମପୁରା ବାଲିଘାଟ ନିକଟରେ ମାଡ଼ ହୋଇଥିଲା। ଡ୍ରାଇଭର ବ୍ରହ୍ମପୁରା ବାଲିଘାଟକୁ ବାଲି ଆଣିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ବ୍ରହ୍ମପୁରା ବାଲିଘାଟ ନିକଟରେ ନରସିଂହପୁର ଡ୍ରାଇଭର ମହାସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ଡ୍ରାଇଭର ବାଲିଘାଟ କୁ ବନ୍ଦ କରି ରଖିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ନିଜିଗଡ଼ ସ୍ଥିତ ଡ୍ରାଇଭର ସଙ୍ଘ ମୁଖ୍ୟ କାର୍ଯ୍ୟାଳୟରେ ବାଲିଘାଟ ପରିଚାଳକ, ମାଲିକ ଓ ଆହତ ଡ୍ରାଇଭରଙ୍କ ସହ ନରସିଂହପୁର ଡ୍ରାଇଭର ମହାସଙ୍ଘ ର ସଭାପତି, ଉପସଭାପତି ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଡ୍ରାଇଭର ଏକଜୁଟ ହୋଇ ବାଲିଘାଟ ଉପରେ ୧ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ ସହ ଭବିଷ୍ୟତରେ କୌଣସି ଡ୍ରାଇଭରଙ୍କୁ ଆକ୍ରମଣ ନ କରିବାକୁ ଉପଦେଶ ଦେଇଛନ୍ତି।
ଭୁବନେଶ୍ୱର: ଭଣ୍ଡ ତ୍ରିକାଳ ଦର୍ଷୀ ବାବା ଓ ମାତାଙ୍କ କଳା କାରନାମା । ଘର ଭାଙ୍ଗିଲେ ସମ୍ପତ୍ତି ଲୁଟିନେଲେ । ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ପୂର୍ବରୁ ସ୍ୱାମୀକୁ ଗିରଫ କରିଥିଲା ଏବେ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
ଅଭିଯୋଗ ଅନୁସାରେ ଘରର ସମସ୍ୟା ଦୂର ପାଇଁ ନିଜକୁ ମାତା ବୋଲାଉଥିବା ରିନି ନାମକ ଜଣେ ମହିଳାଙ୍କୁ ଭେଟିଥିଲେ ଅଭିଯୋଗକାରୀ । ବିଭିନ୍ନ କଥା କହି ଅଭିଯୋଗକାରୀ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ମାତା ରିନି । ଏପରିକି ପୂଜା କଲେ ସମସ୍ୟାର ସମାଧାନ ହେବ ତାହାର ବାଟ ବତାଇ 5 ଲକ୍ଷ ଟଙ୍କା ନେଇ ଯାଇଥିଲେ ।
ପରେ ମହିଳାଙ୍କୁ କିଛି ସୁଫଳ ନମିଳିବାରୁ ଠକେଇ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରିନି ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ଖୋଜା ଚାଲିଛି ପବନରେ ହୁକୁମ ଦେଉଥିବା ବାବା କେଉଁଠି ।
ଆହୁରି ପଢନ୍ତୁ ଅପରାଧ ଖବର...