ସମସ୍ତଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ପକ୍ଷରୁ ତୁମ୍ଭର୍ଲା ଥାନାରେ ଏତଲା ହୋଇଛି । ସୂଚନା ମୁତାବକ ଗ୍ରାମର ଖାତା ନମ୍ବର 205 ରେ ଥିବା ଠାକୁରାଣୀଙ୍କ ଜମିରେ ଚାଷ କାମକୁ ନେଇ ଏହି ବିବାଦ ଘଟିଥିଲା ।
ଦୀର୍ଘ ଦିନ ହେଲା ଗ୍ରାମବାସୀ ଗ୍ରାମର ଠାକୁରାଣୀ ଜମିକୁ ଚାଷ କରି ଆସୁଥିଲେ । କିଛି ବର୍ଷ ତଳେ ଠାକୁରାଣୀ ପୂଜାରୀ ପରିବାର ତଥା ସାହିର ଲୋକ ଏହାକୁ ବିରୋଧ କରିବା ପରେ ଘଟଣା କୋର୍ଟ କୁ ଯାଇ ଜମିରେ 144 ଧାରା ଜାରି ରହିଥିଲା ପରେ ଗ୍ରାମବାସୀ ଉକ୍ତ ଜମିକୁ ପୁଣି ଚାଷ କରି ଆସୁଥିଲେ । ସୋମବାର ଫସଲ ଅମଳ ହେବା ନେଇ ଗ୍ରାମବାସୀ ଧାନ କାଟିବା ଆରମ୍ଭ କରିଥିଲେ ।
ଏହି ସମୟରେ ପୂଜାରୀ ଆସାଡ଼ୁ ଯାନୀ, ହରି ଯାନୀ, ମୁକୁନ୍ଦ ଯାନୀ, ବଳଦେବ ଯାନୀ, ଧନ ଯାନୀ, ପିତମ ଯାନୀ ବିରୋଧ କାଟିଥିଲେ । ଉଭୟ ପକ୍ଷରୁ କଥା କଟା କଟି ପରେ ପରସ୍ପରକୁ ରୋଡ଼, ଠେଙ୍ଗା, ଧନୁ, ତୀର, ଟାଙ୍ଗିଆ ଆଦିରେ ପରସ୍ପରକୁ ଆକ୍ରମଣ କରିଥିଲେ । ଉଭୟ ପକ୍ଷରୁ ଆହତ ହୋଇ ରକ୍ତାକ୍ତ ହୋଇଥିଲେ ।